ସୁନ୍ଦରଗଡ଼ରେ ବଢ଼ୁଛି କରୋନା ମୃତ୍ୟୁ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ଏବେ ଚିନ୍ତାଜନକ ହେଲାଣି। ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାରୁ ଯେତିକି ଆଶ୍ୱସ୍ତି ମିଳିଛି ମୃତ୍ୟୁ ସଂଖ୍ୟା ବୃଦ୍ଧି ସେତିକି ଚିନ୍ତା ବଢ଼ାଉଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୭୧ରେ ପହଞ୍ଚତ୍ଛି। ଏବେ ସବୁ ଜିଲାରେ କରୋନା ମୃତ୍ୟୁ ହେଉଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୨୮୧ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୫ଦିନରେ ରାଜ୍ୟରେ ବିଭିନ୍ନ ଜିଲାରୁ ୭୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ସୁନ୍ଦରଗଡ଼ରୁ ସର୍ବାଧିକ ୨୨ଜଣଙ୍କ ଜୀବନ ଯାଇଛି। ସେହିପରି ଗତ ୨୪ଘଣ୍ଟାରେ ରାଜ୍ୟରେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୫ଜଣ ରହିଛନ୍ତି। ସେହିପରି ସମ୍ବଲପୁରରୁ ୩, ରାୟଗଡ଼ା, ନୂଆପଡ଼ା, ଖୋର୍ଦ୍ଧା, ଅନୁଗୋଳ, କଟକ, ଜଗତ୍‌ସିଂହପୁରରୁ ଜଣେ ଲେଖାଏ ମୃତକ ରହିଛନ୍ତି।
ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୬୪୨ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରେ ସର୍ବାଧିକ ୭୦ଜଣ, ନୂଆପଡ଼ାରେ ୬୯, ସୁନ୍ଦରଗଡ଼ରେ ୬୬, ଖୋର୍ଦ୍ଧାରେ ୬୨ଜଣଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟ ସବୁ ଜିଲାରେ ସଂକ୍ରମିତ ସଂଖ୍ୟା ୫୦ ତଳେ ରହିଥିବାବେଳେ ଗଜପତି, ସୋନପୁର ଓ ନୟାଗଡ଼ରେ ସର୍ବନିମ୍ନ ୨ଜଣ ଲେଖାଏ ରହିଛନ୍ତି। ଫଳରେ ରାଜ୍ୟରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୩,୧୫,୨୭୧ରେ ପହଞ୍ଚତ୍ଛି। ଅପରପକ୍ଷରେ ରାଜ୍ୟରେ ଆଉ ୬୪୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ ୋମଟ ଆରୋଗ୍ୟ ସଂଖ୍ୟା ୩,୦୭,୩୭୪କୁ ବୃଦ୍ଧି ପାଇଛି।