କରୋନା ସହ ଲଢ଼ିବାକୁ ଶାହାରୁଖ୍‌ଙ୍କ ବଡ଼ ସହାୟତା: ସ୍ବାସ୍ଥ୍ୟମନ୍ତ୍ରୀ ଜଣାଇଲେ ଧନ୍ୟବାଦ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରମାନେ ସହଯୋଗର ହାତ ବଢ଼ାଇ ଦେଶକୁ ଏହି କଠିନ ପରିସ୍ଥିତିରେ ଲଢ଼ିବା ପାଇଁ ଶକ୍ତି ଦେଇଛନ୍ତି। ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କ ସମେତ ଅସହାୟ ଲୋକଙ୍କୁ ସାହାଯ୍ୟ କରିଚାଲିଛନ୍ତି। ସେହିପରି କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଶାହାରୁଖ୍‌ ଏମିତି କାମକରି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି।
ଶାହାରୁଖ୍‌ ଏହି ଦୁଃଖଦ ସମୟରେ ଅନେକ ଥର ସହାୟତାର ହାତ ବଢ଼ାଇଛନ୍ତି। ଏ ନେଇ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଟୁଇଟ୍‌କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସତ୍ୟେନ୍ଦ୍ର କହିଛନ୍ତି ଯେ, କଷ୍ଟସାଧ୍ୟ ସମୟରେ ଶାହାରୁଖ୍‌ ଦିଲ୍ଲୀକୁ ୫୦୦ ରେମଡେସିଭିର ଇଞ୍ଜେକ୍ସନ ପ୍ରଦାନ କରିଛନ୍ତି। ତାଙ୍କର ଏହି ସହାୟତା ଯୋଗୁ ଦିଲ୍ଲୀକୁ କରୋନା ସହ ଲଢ଼ିବା ପାଇଁ ଶକ୍ତି ମିଳିଲା।
ସ୍ବାସ୍ଥ୍ୟମନ୍ତ୍ରୀ ଜୈନ୍‌ ଟୁଇଟ୍‌କରି ଲେଖିଛନ୍ତି, ଆମେ ଶାହାରୁଖ୍‌ ଏବଂ ମିର ଫାଉଣ୍ଡେଶନକୁ ହୃଦୟରୁ ଧନ୍ୟବାଦ ଜଣାଉଛୁ। ସେ ଆବଶ୍ୟକ ସମୟରେ ଦିଲ୍ଲୀକୁ ୫୦୦ ରେମଡେସିଭିର ଇଞ୍ଜେକ୍ସନ ପ୍ରଦାନ କରିଛନ୍ତି। କଠିନ ସମୟରେ ଆପଣଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ବୋଲି ସେ ଲେଖିଛନ୍ତି।

Share