କୋଲକାତା, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସାଧାରଣ ଲୋକଙ୍କ ସୁବିଧା ପାଇଁ କରୋନା ଔଷଧ,ଅକ୍ସିଜେନ୍ ସିଲିଣ୍ଡରକୁ ଟିକସ ମୁକ୍ତ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରବିବାର ଚିଠି ଲେଖିଛନ୍ତି। ଦେଶରେ ସ୍ବାସ୍ଥ୍ୟ ସେବାକୁ ସଶକ୍ତ କରିବା ଲାଗି ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି। କରୋନା ଆକ୍ରାନ୍ତଙ୍କ ଲାଗି ଉପଯୋଗୀ ଔଷଧ ଏବଂ ଅକ୍ସିଜେନ୍ ସିଲିଣ୍ଡରକୁ ଜିଏସ୍ଟି ଏବଂ କଷ୍ଟମ ଟିକସ ମୁକ୍ତ କରାଯିବା ଆବଶ୍ୟକ ବୋଲି ମମତା ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଗତ ୫ ଦିନ ମଧ୍ୟରେ ମମତା ଏହାକୁ ମିଶାଇ ୩ ଥର ମୋଦିଙ୍କ ପାଖକୁ ଚିଠି ଲେଖିଲେଣି।