କରୋନା ପ୍ରଭାବ: ଦେଶରେ ବର୍ଷକରେ ସୃଷ୍ଟି ହେବେ ୧୦ ଲକ୍ଷ ନୂଆ ଟିବି ରୋଗୀ

ନୂଆଦିଲ୍ଲୀ,୫।୧: କରୋନା ମହାମାରୀ ପ୍ରଭାବ ଯୋଗୁ ଦେଶରେ ନୂଆ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ବର୍ଷକରେ ଦେଶରେ ୧୦ ଲକ୍ଷ ନୂଆ ଟିବି ରୋଗୀ ସୃଷ୍ଟି ହେବେ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବରିଷ୍ଠ ବୈଜ୍ଞାନିକ ତଥା ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌)ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ସୌମ୍ୟା ସ୍ବାମୀନାଥନ ପ୍ରକାଶ କରିଛନ୍ତି। ଏହା ସହିତ ଅନ୍ୟ କେତେକ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେବ ବୋଲି ସେ କହିଛନ୍ତି। ଭାରତରେ ୨୦୨୫ ସୁଦ୍ଧା ଟିବିି ସଂକ୍ରମଣ ଲୋପ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଏବେ ଏହା ପୂରଣ ହେବା ନେଇ ଆଶଙ୍କା ଦେଖାଦେଇଛି। ସେହିପରି ପୃଥିବୀରେ ମଧ୍ୟ ଟିଭି ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହିତ ଏଥିଜନିତ ମୃତ୍ୟୁହାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ପ୍ରତିବର୍ଷ ପୃଥିବୀରେ କୋଟିଏରୁ ଅଧିକ ଲୋକ ଟିବିରେ ଆକାନ୍ତ ହୋଇଥାନ୍ତି। ସେଥିମଧ୍ୟରୁ ପ୍ରତିବର୍ଷ ୧୪ ଲକ୍ଷରୁ ଅଧିକଙ୍କ ମୃତ୍ୟୁ ଘଟିଥାଏ। ୨୦୧୯ରେ ଭାରତରେ ୨୬ ଲକ୍ଷ ୯୦ ହଜାର ଟିବି ରୋଗୀଥିବାବେଳେ ସେମାନଙ୍କ ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ଥିବା ସୌମ୍ୟା କହିଛନ୍ତି।

Share