ପାରଳାଖେମୁଣ୍ଡି,୯ା୮(ସ୍ବ.ପ୍ର.): ଗଜପତି ଜିଲାରେ କରୋନା କାୟା ମେଲାଇବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପାରଳାଖେମୁଣ୍ଡି ଉପକାରାଗାରରେ ମଧ୍ୟ କରୋନା ପଶିଥିବା ଜଣାପଡ଼ିଛ। ଜେଲର୍ ସମେତ ଉପକାରାଗାରରେ ୬ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏଥିରେ ଜେଲର୍, ଜଣେ କର୍ମଚାରୀ ଏବଂ ୪ ଅନ୍ତେବାସୀ ରହିଛନ୍ତି। ଜେଲର୍ ଏବଂ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୪ ଅନ୍ତେବାସୀଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରସ୍ଥିତ କୋଭିଡ୍ କେୟାର ସେଣ୍ଟରକୁ ପଠାଯାଇଛି। ଜେଲ୍ ପରିସରକୁ ସାନିଟାଇଜ୍ କରାଯିବ ବୋଲି ଜିଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ତେବେ କାରାଗାରରେ ୨ ଅନ୍ତେବାସୀ ସଂକ୍ରମିତ ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି।