ଶହୀଦନଗର ଥାନାରେ ପଶିଲା କରୋନା

ଭୁବନେଶ୍ୱର,୧୬।୮(ବ୍ୟୁରୋ): କ୍ୟାପିଟାଲ, ନୟାପଲ୍ଲୀ ଓ ଜିଆର୍‌ପି ଥାନା ପରେ ଏବେ ଶହୀଦନଗର ଥାନାରେ ପଶିଛି କରୋନା। ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣେ କନଷ୍ଟେବଳ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ଅନ୍ୟଜଣେ ଅଭିଯୁକ୍ତଙ୍କ ସହ ଥାନାର ବହୁ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଥାନାକୁ ସାନିଟାଇଜ୍‌ କରାଯାଉଛି। ଏହି ଘଟଣା ପରେ ଅନ୍ୟ ଅଧିକାରୀ ଓ କର୍ମଚାରୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଥାନା ଅଧିକାରୀଙ୍କ ସମେତ ସମସ୍ତଙ୍କର କୋଭିଡ୍‌ ଟେଷ୍ଟ୍‌ କରାଯିବ ବୋଲି ଜଣାପଡିଛି।

Share