ଚାଇନାରେ କରୋନା ତାଣ୍ଡବ ଆରମ୍ଭ…

ବେଜିଂ,୨୧।୧୨ : ଯେତେବେଳେ ସମଗ୍ର ବିଶ୍ୱ କରୋନା ସଂକ୍ରମଣରୁ ବାହାରକୁ ଆସୁଛି, ସେତେବେଳେ ଚାଇନାରେ ଏକ ନୂତନ ସଂକ୍ରମଣର ଲହର ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ଦର୍ଶାଯାଇଛି ଯେ ଚାଇନାର ଡାକ୍ତରଖାନାଗୁଡ଼ିକ ଆକ୍ରାନ୍ତ ଏବଂ ମୃତଦେହ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଆସନ୍ତା ତିନି ମାସ ମଧ୍ୟରେ ପ୍ରାୟ ୮୦ କୋଟି ଲୋକ ସଂକ୍ରମିତ ହୋଇପାରନ୍ତି।

ଏହି ସଂଖ୍ୟା ଚାଇନା ଜନସଂଖ୍ୟାର ୬୦ ପ୍ରତିଶତ ସହିତ ସମାନ, ଯାହା ବିଶ୍ୱ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ଅଟେ। ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି ଯେ ଏହି ସଂକ୍ରମଣ ଚାଇନା ବାହାରେ ମଧ୍ୟ ବ୍ୟାପିପାରେ।

ଆମେରିକାର ଏପିଡେମୋଲୋଜିଷ୍ଟ ଡକ୍ଟର ଏରିକ ଡିଙ୍ଗ ଟୁଇଟ କରି କହିଛନ୍ତି ଯେ ମୁଁ ପୂର୍ବରୁ ଚାଇନାରେ କ’ଣ ଘଟୁଛି ତାହା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଚାଇନାରେ ଯାହା ଘଟେ ତାହା କେବଳ ଚାଇନାରେ ସୀମିତ ହୋଇ ରହେ ନାହିଁ। ଆମେ ତିନି ବର୍ଷ ପୂର୍ବେ ଉହାନରୁ ଏହା ଶିକ୍ଷାଲାଭ କରିଛୁ।

Share