ପୁଣି ଚାଇନାକୁ ଫେରିଲା କରୋନା ମହାମାରୀ…

ବେଜିଂ,୨୪।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ କଡା ପ୍ରତିବନ୍ଧକ ଲଗାଯାଇଛି। କରୋନା ଆକ୍ରାନ୍ତଙ୍କ ଦୈନିକ ସଂଖ୍ୟା ୩୧,୪୫୪ ଛୁଇଁଛି। ବେଜିଂରେ କରୋନାଙ୍କ ନୂଆ ମାମଲାରେ ବୃଦ୍ଧି ଘଟିଥିବା ବେଳେ ଆଉ ଦୁଇଟି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବେଜିଂର ଅଧିକାରୀମାନେ ପାର୍କ, ଅଫିସ କୋଠା ଏବଂ ଶପିଂ ମଲ ବନ୍ଦ କରିଛନ୍ତି। ସହରର ସବୁଠାରୁ ଜନବହୁଳ ଚାଓୟାଙ୍ଗ ଜିଲାରେ ସମ୍ପୂର୍ଣ୍ଣ ଲକଡାଉନ ରଖାଯାଇଛି। ଯଦି ଆବଶ୍ୟକ ନହୁଏ ତେବେ ବାସିନ୍ଦା ଘରୁ ବାହାରକୁ ନଯିବାକୁ ଅନୁରୋଧ କରିଛନ୍ତି। ରାଜଧାନୀ ବେଜିଂରେ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳରେ ପରିଣତ ହୋଇଥିବା ଚାଓୟାଙ୍ଗ ଜିଲାର ପ୍ରାୟ ୩.୫ ମିଲିୟନ ବାସିନ୍ଦାଙ୍କୁ ଏହି ମହାମାରୀଠାରୁ ଦୂରେଇ ରହିବାକୁ ସ୍ବାସ୍ଥ୍ୟ ଅଧିକାରୀମାନେ ଅନୁରୋଧ କରିଛନ୍ତି। ତେଣୁ ଅଧିକାଂଶ ସମୟରେ ଘରେ ରୁହନ୍ତୁ। ବେଜିଂରେ କରୋନାରୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ପାଞ୍ଚକୁ ବୃଦ୍ଧି ପାଇଛି।

ଜାତୀୟ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ପ୍ରଶାସନର ହୁ ଜିଆଙ୍ଗ ଦେଶର ଗଣମାଧ୍ୟମରେ କହିଛନ୍ତି ଯେ ଚାଇନାରେ ସ୍ଥାନୀୟ ମହାମାରୀ ପରିସ୍ଥିତି ଗୁରୁତର ହେବାରେ ଲାଗିଛି। ସେ କହିଛନ୍ତି ଯେ ସମଗ୍ର ଚାଇନାରେ ନୂତନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

Share