Categories: ଜାତୀୟ

କରୋନା ମହାମାରୀ ବିଶ୍ୱ ଭାତୃତ୍ୱ ସମ୍ପର୍କରେ ଦେଲା ଶିକ୍ଷା: ରାଷ୍ଟ୍ରପତି

ବେଙ୍ଗାଲୁରୁ, ୭।୨: କରୋନା ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ବିଶ୍ୱ ଭାତୃତ୍ୱ ଜାଗି ଉଠିଛି। ଅନ୍ୟମାନେ ଅସୁସ୍ଥ ରହିଲେ ଆମେ କେବେ ମଧ୍ୟ ସୁସ୍ଥ ରହି ପାରିବା ନାହିଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କର୍ନାଟକର ରାଜୀବ ଗାନ୍ଧୀ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଏଭଳି କହିଛନ୍ତି। ପ୍ରତିଷେଧକ ବ୍ୟବସ୍ଥା, ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ବିକାଶ ଦ୍ୱାରା ସ୍ବାସ୍ଥ୍ୟସେବାକୁ ଉନ୍ନତ କରାଯାଇ ପାରିଥାଏ। କରୋନା ମହାମାରୀ ଲଢ଼େଇରେ ଦେଶ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟକୁ ପୂରଣ କରିପାରିଛି। ଦେଶରେ ପ୍ରସ୍ତୁତ ହୋଇଥିବା କରୋନା ଟିକା ଏବେ ବିଦେଶରେ ପହଞ୍ଚି ପାରିଛି। ଏହା ସହିତ ଦେଶରେ ସଫଳତାର ସହିତ ସର୍ବବୃହତ୍‌ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଥିବା ରାଷ୍ଟ୍ରପତି କହିଛନ୍ତି। ରାଜୀବ ଗାନ୍ଧୀ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨ ଲକ୍ଷ ସ୍ବାସ୍ଥ୍ୟ ପେଶାଦାରଙ୍କୁ ତାଲିମ ପ୍ରଦାନ କରାଯାଇଥିବା ନେଇ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଏହି ଅବସରରେ କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ମଧ୍ୟ ଉପସ୍ଥିତ ଥିଲେ।

Share