କରୋନା ଡର: କର୍ମଚାରୀ ଛିଙ୍କିବାରୁ ଅଫିସରୁ ଦୌଡ଼ି ପଳାଇଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୧୬।୯: କରୋନା ମହାମାରୀ ଆତଙ୍କ ସାରା ପୃଥିବୀରେ ଜାରି ରହିଛି। କେହି ଜଣେ ଛିଙ୍କିଲେ ଏବେ ସଭିଏଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଡ଼କୁ ବୁଲି ଚାହୁଁଛନ୍ତି। ସତେ ଯେପରି ବ୍ୟକ୍ତି ଜଣକ ବଡ଼ ଅପରାଧ କରିଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ କରୋନାକୁ ମନେ ମନେ ଡରୁଛନ୍ତି। ଏସମ୍ପର୍କରେ ଆମେରିକାର ଚର୍ଚ୍ଚିତ ଗଣମାଧ୍ୟମ ପ୍ରତିନିଧି ନଏ ଟେପ୍‌ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଜଣେ କର୍ମଚାରୀ ଛିଙ୍କିବାରୁ ଟ୍ରମ୍ପ୍‌ ଅଫିସରୁ ଦୌଡ଼ି ପଳାଇଥିବା ଏଥିରେ ଦର୍ଶାଯାଇଛି। ଏସମ୍ପର୍କିତ ଖବର ଗଣମାଧ୍ୟମ ସଂସ୍ଥା ଡେଲି ମେଲ୍‌ରେ ମଧ୍ୟ ପ୍ରକାଶ ପାଇଛି। ଏବେ ଏହି ଖବର ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ଟ୍ରମ୍ପ୍‌ ସ୍ବୀକାର ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ, ୧୦ ଜଣ ଅଧିକାରୀଙ୍କ ସହିତ ଏକ ମିଟିଂରେ ଥିଲେ। ଲକ୍‌ଡାଉନ୍‌ ଅନ୍‌ଲକ୍‌ ନେଇ ଏହି ମିଟିଂ ଜାରି ରହିଥିଲା। ଏହି ସମୟରେ ଜଣେ କର୍ମଚାରୀ ଛିଙ୍କିଥିଲେ। ଟ୍ରମ୍ପ୍‌ ଅଧାରୁ ମିଟିଂ ଛାଡ଼ି ଘରକୁ ପଳାଇଥିଲେ।

 

Share