ବେଜିଂ,୫।୧୧: ଏଣିକି ଛୋଟ ପିଲା କରୋନା ବିରୋଧରେ ହୋଇଥିବା ଲଢ଼େଇ ବିଷୟରେ ପଢ଼ିବେ। ଚାଇନାର ସ୍କୁଲ ପାଠ୍ୟକ୍ରମରେ କରୋନା ଲଢ଼େଇକୁ ସାମିଲ କରାଯାଇଛି। ଏନେଇ ଚାଇନା ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କିତ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା ଛୋଟ ପିଲା କମ୍ୟୁନିଷ୍ଟ ପାର୍ଟି ଏବଂ ଚାଇନା ସରକାର ଜନସାଧାରଣଙ୍କ ଜୀବନ ଏବଂ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ସମ୍ପର୍କରେ ଅବଗତ ହୋଇପାରିବେ। ମହାମାରୀ ସମୟରେ ଦେଶରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଛୋଟପିଲାମାନେ ଜାଣି ପାରିବେ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚାଇନା ସରକାରଙ୍କ ଏଭଳି ପଦକ୍ଷେପ ନେଇ ଏବେ ଅର୍ନ୍ତଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।