ପୁଣି ବଢିଲା କରୋନା ଗ୍ରାଫ୍‌: ରାଜ୍ୟରେ ଆଜି ୧୦,୯୮୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୦,୯୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୧୪୯ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୪୮୩୩ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧,୫୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲାରୁ ସୁନ୍ଦରଗଡ଼ରୁ ୯୬୪ ଓ କଟକରୁ ୮୮୫ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲାରୁ ୫୩୯ ଜଣ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୪୫୪, ବରଗଡ଼ରୁ ୪୩୧, ବଲାଙ୍ଗିରରୁ ୪୨୬, ପୁରୀରୁ ୩୯୮, ଝାରସୁଗୁଡ଼ାରୁ ୩୮୦, ନୂଆପଡ଼ାରୁ ୩୭୮, କଳାହାଣ୍ଡିରୁ ୩୭୦, ଯାଜପୁରରୁ ୩୪୯, ନବରଙ୍ଗପୁରରୁ ୩୩୫, ବାଲେଶ୍ୱରରୁ ୩୦୩, କେନ୍ଦୁଝରରୁ ୨୫୩, ମୟୂରଭଞ୍ଜରୁ ୨୩୯, ଜଗତସିଂହପୁରରୁ ୨୩୨, ଭଦ୍ରକରୁ ୨୩୧, ସୁବର୍ଣ୍ଣପୁରରୁ ୨୧୫, ରାୟଗଡ଼ାରୁ ୨୧୨, କୋରାପୁଟରୁ ୧୯୫, ନୟାଗଡ଼ରୁ ୧୯୨, ଢେଙ୍କାନାଳରୁ ୧୮୯, ବୌଦ୍ଧରୁ ୧୮୦, ଗଞ୍ଜାମରୁ ୧୭୭, କେନ୍ଦ୍ରାପଡ଼ାରୁ ୧୪୧, କନ୍ଧମାଳରୁ ୧୩୪, ଦେବଗଡ଼ରୁ ୧୨୭, ଗଜପତିରୁ ୧୧୧ ଓ ମାଲକାନଗିରିରୁ ୭୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୩୩୨ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮କୁ ବୃଦ୍ଧି ପାଇଛି। ଆକ୍ଟିଭ ୯୮ ହଜାର ୨୩୦ ଜଣ ଥିବା ବେଳେ ସୁସ୍ଥ ହେଲେଣି ୪ ଲକ୍ଷ ୬୫ ହଜାର ୧୪୪ ଜଣ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

 

Share