ମାନିଲେନି କଟକଣା, ଗଣିଲେ ଜରିମାନା

ବଇଣ୍ଡା, ୨୯।୩(ଡି.ଏନ.ଏ.)- ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ସର୍ବସାଧାରଣରେ ହୋଲିଖେଳ ଉପରେ ଲଗାଇଥିଲେ କଟକଣା। ତେବେ ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଅମାନିଆମାନେ କଟକଣାକୁ ଫୁ’ କରିଦେଇଛନ୍ତି। ସର୍ବସାଧାରଣରେ ଦଳବଦ୍ଧ ହୋଇ ହୋଲି ଖେଳି କଟକଣା ଭଙ୍ଗ କରିଥିବା ଅଭିଯୋଗରେ କିଶୋରନଗର ତହସିଲ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରାୟ ୨୦ ଜଣ ଯୁବକଙ୍କଠାରୁ ୨୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।

ସୋମବାର ଥିଲା ରଙ୍ଗର ପର୍ବ ହୋଲି। ତେବେ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ପ୍ରତିହତ କରିବା ଲାଗି ରାଜ୍ୟ ସରକାର ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଥିଲେ। ହେଲେ କିଶୋରନଗର ବ୍ଲକର ବିଭିନ୍ନ ସ୍ଥାନରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭଙ୍ଗ କରି ହୋଲି ଖେଳ ଚାଲିଥିଲା। ସୂଚନା ପାଇ ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା। ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏଥିସହ ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ପରାମର୍ଶ ଦିଆଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆଇଆଇସି ପ୍ରତିଭା ମାଝିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ: ବିଜେଡିରୁ ୨ ନିଲମ୍ବିତ

ରାଜନଗର, ୨୧ା୧୨(ଭାସ୍କର ରାଉତରାୟ):ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର କୁରୁଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁମର କୁମାର ସ୍ବାଇଁ ଓ ଯୁବନେତା ହିମାଂଶୁ ଭୂଷଣ ପାଣିଙ୍କୁ...

ଚାଷୀଙ୍କୁ ମିଳିବ ସ୍ବତନ୍ତ୍ର ଆଇଡି ନମ୍ବର

ଭୁବନେଶ୍ୱର,୨୧ା୧୨(ଅନିଲ ଦାସ): ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। ରାଜ୍ୟ ସରକାର ସମସ୍ତ ଜିଲାପାଳଙ୍କୁ ଚାଷୀ ପଞ୍ଜିକା ପ୍ରସ୍ତୁତି ନିମନ୍ତେ ଜାନୁଆରୀ ପହିଲାରୁ...

ଆଜି ଭୁବନେଶ୍ୱରରେ ବର୍ଷର ସବୁଠାରୁ ଛୋଟ ଦିନ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱର ପାଇଁ ଶନିବାର ଚଳିତବର୍ଷର ସବୁଠାରୁ ଛୋଟ ଦିନ ଓ ଦୀର୍ଘତମ ରାତି ହେବ। ଦିନର ଅବଧି ପ୍ରାୟ ୧୦ଘଣ୍ଟା ୫୪...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କୁ ଅଧିକ ୫୦ ହଜାର

ମାଲକାନଗିରି/ଖଇରପୁଟ, ୨୧।୧୨ (ଦୁର୍ଯ୍ୟୋଧନ ପାତ୍ର/ ଜଗନ୍ନାଥ ମାଝୀ): ବଣ୍ଡା ଜନଜାତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶୁକ୍ରବାର...

ଓଡ଼ିଶା ପାଇଁ ସ୍ବତନ୍ତ୍ର ସହାୟତା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୧୨(ଅନିଲ ଦାସ): ୨୦୨୫-୨୬ ଆର୍ଥିକବର୍ଷ ପାଇଁ କେନ୍ଦ୍ର ସରକାର ବଜେଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏ ନେଇ ରାଜସ୍ଥାନର ଜୟସାଲମେରଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ...

ବଙ୍ଗୋପସାଗରରେ ଲଘୁଚାପ,୪ଜିଲାକୁ ପ୍ରବଳ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ଉପକୂଳ ଓଡିଶାରେ ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି ରହିଛି। କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଚାଷୀଙ୍କୁ ବ୍ୟଥିତ...

କେସିଙ୍ଗାରେ ବାଏପାସ ନିର୍ମାଣ ପାଇଁ ସହରର ଜନସାଧାରଣଙ୍କ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି

କେସିଙ୍ଗା,୨୦।୧୨(ତୁମେଶ୍ୱର ସାହୁ): କେସିଙ୍ଗା ସହରରେ ଏକ ନୂତନ ବାଏପାସ ରାସ୍ତା ନିର୍ମାଣ ପାଇଁ ସହରର ଅନେକ ସଂଗଠନର ମିଳିତ ଉଦ୍ୟମରେ ଜିଲାପାଳଙ୍କୁ ଶୁକ୍ରବାର ସାକ୍ଷାତ କରି...

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର: ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୦।୧୨(ଅଶେଷ ନାଥ ମିଶ୍ର): ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅନୁସୂଚିତ ଜାତିର ଜଣେ ଯୁବତୀଙ୍କୁ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri