କରୋନା ହାହାକାର : ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା

ନୂଆଦିଲ୍ଲୀ,୧୪।୪: ଦେଶରେ ଏପ୍ରିଲ୍‌ ୭ ଠାରୁ ୧୩ ମଧ୍ୟରେ ମୋଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୨ ହଜାର ୫୫୦ରେ ପହଞ୍ଚିଛି। ପ୍ରତିଦିନ ଲକ୍ଷେରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ସେହିପରି ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୫ ହଜାର ୯୦୮ ଛୁଇଁଛି। ଏପ୍ରିଲ୍‌ ୭ରେ ଲକ୍ଷେ ୨୬ ହଜାର ୭୮୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ସେହିଦିନ ମୃତକଙ୍କ ସଂଖ୍ୟା ୬୮୫ ଥିଲା। ଏହାପରେ ଏପ୍ରିଲ୍‌ ୮ରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଯଥାକ୍ରମେ ଲକ୍ଷେ ୩୧ ହଜାର ୯୬୮ ଏବଂ ୭୮୦ ରହିଥିଲା। ଏପ୍ରିଲ୍‌ ୯ରେ ଏହି ସଂଖ୍ୟା ଲକ୍ଷେ ୪୫ ହଜାର ୩୮୪ ଏବଂ ୭୯୪, ଏପ୍ରିଲ୍‌ ୧୦ରେ ଏହା ଲକ୍ଷେ ୫୨ ହଜାର ୮୭୯ ଏବଂ ୮୩୯, ଏପ୍ରିଲ୍‌ ୧୧ରେ ଏହି ସଂଖ୍ୟା ଲକ୍ଷେ ୬୮ ହଜାର ୯୧୨ ଏବଂ ୯୦୪, ଏପ୍ରିଲ୍‌ ୧୨ରେ ଏହା ଲକ୍ଷେ ୬୧ ହଜାର ୭୩୬ ଏବଂ ୮୭୯ ରହିଥିଲା। ସେହିପରି ଏପ୍ରିଲ୍‌ ୧୩ରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୮୪ ହଜାର ୩୭୨ ରହିଥିବାବେଳେ ମୃତକଙ୍କ ସଂଖ୍ୟା ହଜାରେ ୨୭ ରହିଛି। ଏଭଳି ଧାରା ଜାରି ରହିଲେ ଆଉ ଗୋଟିଏ ଦିନ ପରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକରେ ପହଞ୍ଚିବାର ଆଶଙ୍କା ରହିଛି।

Share