୨୫ ହଜାର ବର୍ଷ ଧରି କନ୍ଦାଉଛି କରୋନା, କହିଲେ ବିଶେଷଜ୍ଞ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୪: ପୃଥିବୀରେ ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ନେଇ ଏକ ନୂଆ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଉଲ୍ଲେଖ କରାଯାଇଛି ଯେ, ଏବେ ନୁହେଁ କରୋନା ମହାମାରୀ ଗତ ୨୫ ହଜାର ବର୍ଷ ଧରି ମାନବ ସଭ୍ୟତାକୁ କନ୍ଦାଉଛି। ଏବେ କରୋନା ମହାମାରୀ ଯୋଗୁ ମାତ୍ର ଦେଢ଼ ବର୍ଷରେ ପୃଥିବୀରେ ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ଟପିଥିବା ରିପୋର୍ଟରେ ଦର୍ଶାଯାଇଛି। ଆମେରିକାର ଆରିଜୋନା ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଥିବା ସହକାରୀ ପ୍ରଫେସର ଡେଭିଡ୍‌ ଏନାର୍ଡ ସୂଚନା ଦେଇଛନ୍ତି। କରୋନା ଭୂତାଣୁ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ପରିବର୍ତ୍ତିତ ମ୍ୟୁଟାଣ୍ଟ୍‌ରେ ସହଜରେ ପରିଣତ ହେଉଛି। ଫଳରେ ଗୋଟିଏ ମ୍ୟୁଟାଣ୍ଟ୍‌ ପାଇଁ ଉପଯୋଗୀ ହେଉଥିବା ଚିକିତ୍ସା ପଦ୍ଧତି ତଥା ଔଷଧ ଅନ୍ୟ ମ୍ୟୁଟାଣ୍ଟ୍‌ ଲାଗି ଅଦରକାରୀ ହୋଇ ପଡୁଥିବା ସେ କହିଛନ୍ତି।

Share