ଡେଟିଂ ମାଧ୍ୟମ ପରିବର୍ତ୍ତନ କରିଛି କରୋନା

ଭୁବନେଶ୍ୱର,୫।୮ (ବ୍ୟୁରୋ): କରୋନାର ଦ୍ୱିତୀୟ ଲହର କିଭଳି ସିଙ୍ଗଲ୍‌ ବା ଏକା ଥିବା ଭାରତୀୟଙ୍କ ପାଇଁ ଡେଟିଂର ମାଧ୍ୟମକୁ ପରିବର୍ତ୍ତନ କରିଛି ସେ ସମ୍ପର୍କରେ ପ୍ରଥମ ମହିଳା-କୈନ୍ଦ୍ରିକ ଡେଟିଂ ଆପ୍‌ ଓ ସୋସିଆଲ ନେଟ୍‌ୱର୍କିଂ ପ୍ଲାଟ୍‌ଫର୍ମ, ବମ୍ବଲ୍‌ ପକ୍ଷରୁ ନିକଟରେ ଏକ ସର୍ଭେ କରାଯାଇଛି। ଯେଉଁଥିରେ ପ୍ରାୟ ୫୪% ସିଙ୍ଗଲ୍‌ ଭାରତୀୟ ଦାବି କରିଛନ୍ତି ଯେ, ଭୋଭିଡ-୧୯ ସମୟରେ ଡେଟିଂର ଉଦ୍ଦେଶ୍ୟ ଓ ଆଶା ଉପରେ ଏକ ସ୍ପଷ୍ଟ ଯୋଗାଯୋଗ ବୃଦ୍ଧି ପାଇଛି। ୪୮% ସିଙ୍ଗଲ୍‌ ଭାରତୀୟ ଦାବି କରିଛନ୍ତି, ଭୋଭିଡ୍‌-୧୯ ସମୟରେ ଡେଟିଂରେ ଜଣେ ବ୍ୟକ୍ତିଙ୍କ ଲୁକ୍‌ ବ୍ୟତୀତ ତାଙ୍କର ବ୍ୟକ୍ତିତ୍ୱ ଉପରେ ଗୁରୁତ୍ୱ ବୃଦ୍ଧି ପାଇଛି। ୭୨% ସିଙ୍ଗଲ୍‌ ଭାରତୀୟଙ୍କ ମତରେ ଏବେ ସେମାନେ ଅନ୍‌ଲାଇନ୍‌ରେ ଭେଟିଥିବା ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ରୂପେ ଭେଟିବା ପୂର୍ବରୁ ତାଙ୍କ ସହିତ ସମ୍ପର୍କ ରଖିବା ପାଇଁ ଭର୍ଚୁଆଲ ଡେଟ୍‌ଗୁଡ଼ିକୁ ଏକ ସୁରକ୍ଷିତ ମାଧ୍ୟମ ଭାବୁଛନ୍ତି। ୩୯% ଲୋକ ୨୦୨୧ରେ ନିଜର ପ୍ରଥମ ଡେଟ୍‌ ଭାବେ ଏକ ଭିଡିଓ ଡେଟ୍‌ ପାଇଁ ଚେଷ୍ଟା କରିଛନ୍ତି। ସର୍ଭେରେ ସାମିଲ ୩୮% ଡେଟର୍‌ କହିଛନ୍ତି ସେମାନେ କୋଭିଡ୍‌ ଟିକା ନେଇ ନ ଥିବା ବ୍ୟକ୍ତିଙ୍କ ସହ ଡେଟ୍‌ରେ ଯିବେ ନାହିଁ କିମ୍ବା ତାଙ୍କ ସହ ଯୌନ ସମ୍ପର୍କ ରଖିବେ ନାହିଁ। ଏସମ୍ପର୍କରେ ବମ୍ବଲ୍‌ ଇଣ୍ଡିଆର କମ୍ୟୁନିକେଶନ୍ସ ଡାଇରେକ୍ଟର ସର୍ମପିତା ସମାଦ୍ଦାର କହିଛନ୍ତି, ସିଙ୍ଗଲ୍‌ ଭାରତୀୟମାନେ ଡେଟିଂର ନୂଆ ଦୁନିଆକୁ ନାଭିଗେଟ୍‌ କରୁଥିବାରୁ ମହାମାରୀ ଆମର ଡେଟିଂ ପସନ୍ଦ ଓ ବ୍ୟବହାରରେ ଠିକ୍‌ ପରିବର୍ତ୍ତନ ଆଣିଛି। ଆମର ସାମ୍ପ୍ରତିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଭାରତରେ ସିଙ୍ଗଲ୍‌ ଲୋକମାନେ ନିଜର ଡେଟିଂ ନିଷ୍ପତି ସହିତ ଏବେ ପୂର୍ବାପେକ୍ଷା ଅଧିକ ଉଦ୍ଦେଶ୍ୟମୂଳକ ହୋଇଛନ୍ତି ଏବଂ ଭାରତରେ ଟିକାକରଣ ବୃଦ୍ଧି ପାଇଥିବାରୁ ସେମାନେ ସୁରକ୍ଷା ଓ ସୁସଙ୍ଗତାକୁ ପ୍ରାଥମିକତା ଦେଉଛନ୍ତି।

Share