ଆଜି ବି ରାଜ୍ୟରେ ହଜାରେ ଡେଇଁଲା କରୋନା

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ରାଜ୍ୟରେ ବୁଧବାର ହଜାରେ ଡେଇଁଛି କରୋନା। ଶୁକ୍ରବାର ରାଜ୍ୟରୁ ୧୦୨୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୧,୧୩୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୯୭ ଜଣ ଚିହ୍ନଟ ହୋଇଥିବା ବେଳେ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୯୫ ଜଣ ଶିଶୁ ବି ଅଛନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୮ ଏବଂ ସମ୍ବଲପୁରରୁ ୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୨୩, ବରଗଡ଼ ୨୫, ଭଦ୍ରକ ୧୭, ବଲାଙ୍ଗୀର ୨୫, ବୌଦ୍ଧ ୧୧, କଟକ ୫୨, ଦେବଗଡ଼ ୮, ଗଜପତି ୭, ଜଗତସିଂହପୁର ୧୩, ଯାଜପୁର ୧୪, ଝାରସୁଗୁଡ଼ା ୨୧, କଳାହାଣ୍ଡି ୨୮, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୧୨, କେନ୍ଦୁଝର ୧୨, କୋରାପୁଟ ୧୬, ମୟୂରଭଞ୍ଜ ୭୧, ନବରଙ୍ଗପୁର ୧୯, ନୟାଗଡ଼ ୨୭, ନୂଆପଡ଼ା ୧୨, ପୁରୀ ୧୪, ରାୟଗଡ଼ାରୁ ୯ ଏବଂ ସୋନପୁରରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୩୫।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୧,୧୩୫ରେ ପହଞ୍ଚିଥିବା ବେଳେ ୧୨,୯୫,୧୫୭ ଜଣ ସୁସ୍ଥ ହୋଇଛନ୍ତି। ୬୭୮୭ ଜଣ ଚିକିିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର କଲେ ବଡ଼ ଘୋଷଣା: ଏହି ନମ୍ବରରେ କଲ୍‌ କରି ପାଆନ୍ତୁ ଫସଲ ହାନି ସହାୟତା

ଭୁବନେଶ୍ୱର,୨୬ା୧୨: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷୀଙ୍କ ସହାୟତାକୁ ଦୃଷ୍ଟିରେ ରଖି ସରକାର ଚାଷୀଙ୍କ ପାଇଁ...

୪ ର୍ଥ ପର୍ଯ୍ୟାୟ ସୁଭଦ୍ରା ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ଏହି ପରାମର୍ଶ ଦେଲେ ଉନ୍ନୟନ କମିଶନର

ଭୁବନେଶ୍ୱର,୨୬ା୧୨: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ଉଦ୍ଦିଷ୍ଟ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ୨ୟ ପରିଚାଳନା କମିଟି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ...

ବିଜେଡିକୁ ଝଟ୍‌କା: ପ୍ରତିଷ୍ଠା ଦିବସରେ ଦଳ ଛାଡ଼ଲେ ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ି ଭାଜପାରେ ମିଶିଲେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ। ପ୍ରତିଷ୍ଠା ଦିବସରେ ପଦ୍ମ ଧରିଲେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ।...

ବୁଲଡୋଜରକୁ ଚଢ଼ି ବୃଦ୍ଧାଙ୍କ ପ୍ରତିବାଦ: ଅଧାରୁ ଅଟକିଲା ଉଚ୍ଛେଦ ପ୍ରକ୍ରିୟା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ୱାର୍ଡ଼ ନଂ-୧୭ ଜୀରାନଦୀ କୂଳ ବୃନ୍ଦାବନ ପଡ଼ିଆ ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା।...

ନୂଆ କ୍ୟାଲେଣ୍ଡରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂତନ ବର୍ଷ କ୍ୟାଲେଣ୍ଡର (ଉଭୟ ୱାଲ ଏବଂ ଡେସ୍କ) ପ୍ରକାଶ ପାଇଛି। କ୍ୟାଲେଣ୍ଡରର ପ୍ରଥମ କପିକୁ ଶ୍ରୀମନ୍ଦିରରେ...

ବିଜେଡି ପ୍ରତିଷ୍ଠା ଦିବସରେ ଦଳକୁ ସୁଦୃଢ଼ କରୁଥିଲେ ନବୀନ: ଏପଟେ ହାତାହାତି ହୋଇଗଲେ ବିଜେଡି ନେତ୍ରୀ

ଭୁବନେଶ୍ୱର,୨୬ା୧୨: ବିଜେଡି ମୁଖ୍ୟକାର୍ଯ୍ୟାଳୟ ଶଙ୍ଖ ଭବନ ଭିତରେ ଦୁଇ ମହିଳା କର୍ମୀ ହାତାହାତି ହୋଇଛନ୍ତି। ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ନିଜ ଦଳର ଜଣେ ମହିଳା...

ନିଦ ହଜାଇଛି ଜିନ୍ନତ: ପୁଣି ଓଡ଼ିଶା ଆସିବାକୁ ଯାଉଛନ୍ତି ଆଉ ଦୁଇ ବାଘ

ଭୁବନେଶ୍ୱର,୨୬ା୧୨: ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ତିନି ରାଜ୍ୟ ବନ ବିଭାଗର ନିଦ ହଜାଇଛି। ଏହାରି ମଧ୍ୟରେ ଆଉ କିଛି ବାଘ ପୁଣି ଓଡିଶା...

Featured Video Play Icon

ଏମାନଙ୍କଠୁ ଶିଖିବା କଥା ବନ୍ଧୁତା

ବନ୍ଧୁତା , ଏ ଶବ୍ଦଟି ସତରେ କେତେ ମଧୁର ତାର ଜ୍ୱଳନ୍ତ ଦୃଶ୍ୟ ଏଇ ବୁଲା ଷଣ୍ଢ ଓ ବୁଲା କୁକୁର ଦୋସ୍ତିକୁ ଦେଖି ଜାଣିପାରୁଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri