ଭୁବନେଶ୍ୱର,୨୯ା୭(ବ୍ୟୁରୋ): ରାଜ୍ୟରେ ବୁଧବାର ହଜାରେ ଡେଇଁଛି କରୋନା। ଶୁକ୍ରବାର ରାଜ୍ୟରୁ ୧୦୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୧,୧୩୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୫୯୭ ଜଣ ଚିହ୍ନଟ ହୋଇଥିବା ବେଳେ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୯୫ ଜଣ ଶିଶୁ ବି ଅଛନ୍ତି।
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୮ ଏବଂ ସମ୍ବଲପୁରରୁ ୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୨୩, ବରଗଡ଼ ୨୫, ଭଦ୍ରକ ୧୭, ବଲାଙ୍ଗୀର ୨୫, ବୌଦ୍ଧ ୧୧, କଟକ ୫୨, ଦେବଗଡ଼ ୮, ଗଜପତି ୭, ଜଗତସିଂହପୁର ୧୩, ଯାଜପୁର ୧୪, ଝାରସୁଗୁଡ଼ା ୨୧, କଳାହାଣ୍ଡି ୨୮, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୧୨, କେନ୍ଦୁଝର ୧୨, କୋରାପୁଟ ୧୬, ମୟୂରଭଞ୍ଜ ୭୧, ନବରଙ୍ଗପୁର ୧୯, ନୟାଗଡ଼ ୨୭, ନୂଆପଡ଼ା ୧୨, ପୁରୀ ୧୪, ରାୟଗଡ଼ାରୁ ୯ ଏବଂ ସୋନପୁରରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୩୫।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୧,୧୩୫ରେ ପହଞ୍ଚିଥିବା ବେଳେ ୧୨,୯୫,୧୫୭ ଜଣ ସୁସ୍ଥ ହୋଇଛନ୍ତି। ୬୭୮୭ ଜଣ ଚିକିିତ୍ସିତ ହେଉଛନ୍ତି।