ବେଜିଂ,୨୩।୨: ଚାଇନାରେ କୋଭିଡ ମହାମାରୀ ଅଳ୍ପ ମାତ୍ରାରେ ନିୟନ୍ତ୍ରଣ ହୋଇଛି, ହେଲେ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନାହିଁ। ଜାନୁୟାରୀ ୮ ତାରିଖରୁ କୋଭିଡର ଏକ ନୂଆ ଭାରିଆଣ୍ଟ ଏକ୍ସବିବି.୧.୫ ଚିହ୍ନଟ ହୋଇଛି। ଏହା ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏହାର ୭ଟି ମାମଲା ସାମ୍ନାକୁ ଆସିଛି। ଅଧିକାରୀମାନେ କହିଛନ୍ତି ଯେ, କୋଭିଡ ଉପରେ ନିୟନ୍ତ୍ରଣ ପାଇଁ ଚାଇନା ବିଶ୍ୱର ଏକ ଉଦାହରଣ ହେବ। ସେ ଆହୁରି ମଧ୍ୟ କହିଛନ୍ତି, ଏତେ ଜନସଂଖ୍ୟା ମଧ୍ୟରେ ଆମେ କୋଭିଡକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ। ଏହା ପ୍ରକୃତରେ ପ୍ରଶଂସାର ଯୋଗ୍ୟ। କୋଭିଡକୁ ହରାଇ ଆମେ ବିଜୟ ହାସଲ କରିଛୁ। ତଥାପି ଏହା ସମ୍ପୂର୍ଣ୍ଣ ହୋଇନାହିଁ, ତେଣୁ ଆମକୁ ସତର୍କ ରହିବା ଆବଶ୍ୟକ। ଗତ ସପ୍ତାହରେ ଚାଇନାର ବରିଷ୍ଠ ନେତାମାନେ କୋଭିଡ ଉପରେ ଏକ ନିର୍ଣ୍ଣାୟକ ବିଜୟ ଘୋଷଣା କରି ବିଶ୍ୱର ସର୍ବନିମ୍ନ ମୃତ୍ୟୁ ହାର ବୋଲି ଦାବି କରିଥିଲେ।