ଭୁବନେଶ୍ୱର,୨୭।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ ୩୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୮୮୭କୁ ବୃଦ୍ଧି ପାଇଛି। ଏହି ୩୯ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ ଅଛନ୍ତି। ବରଗଡ଼, କଟକ ଓ ନୟାଗଡ଼ ଜିଲାରୁ ୫ ଜଣ ଲେଖାଏଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲାରୁ ୩ ଜଣ ଲେଖାଏ ଏବଂ ଗଞ୍ଜାମ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଜିଲାରୁ ୨ ଜଣ ଲେଖାଏଙ୍କ ମୃତ୍ୟୁ ହୋଇଛି। ପୁରୀ ଜିଲାରୁ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।