Advertisement

କରୋନା ପ୍ରଭାବ: ୨୦୨୦ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ

ଷ୍ଟକହୋମ,୨୩।୦୭: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ସ୍ବିଡେନରେ ଷ୍ଟକହୋମ ସିଟି ହଲରେ ଆୟୋଜିତ ହେବାକୁ ଥିବା ନୋବେଲ ପୁରସ୍କାର ସମ୍ମାନ ସମାରୋହକୁ ସ୍ଥଗିତ ରଖାଯାଇଛି। ତେବେ ନୂଆ ତାରିଖ କେବେ ଘୋଷଣା ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ୬୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହି ସମାରୋହ ପାରମ୍ପରିକ ଭାବେ ଅନୁଷ୍ଠିତ ହେବ ନାହିଁ। ଏନେଇ ନୋବେଲ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ୧୯୫୬ରେ ନୋବେଲ ପୁରସ୍କାର ସମ୍ମାନ ସମାରୋହକୁ ସ୍ଥଗିତ ରଖାଯାଇଥିଲା। ତେବେ ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ନୋବେଲ ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଲର୍ସ ହେକେନ୍‌ଷ୍ଟେନ କହିଛନ୍ତି। କାରଣ କରୋନା ସଙ୍କଟ ଭିତରେ ୧୩୦୦ ଲୋକଙ୍କୁ ଏକାଠି କରିବା ସମ୍ଭବପର ନୁହେଁ। ଏଥିଯୋଗୁ ନୋବେଲ ବିଜେତାଙ୍କୁ ସ୍ବିଡ଼େନ ଯାତ୍ରା କରିବାରେ ଅସୁବିଧା ଉପୁଜିବା ସହ ସଂକ୍ରମଣର ଭୟ ରହିଛି ବୋଲି ସେ କହିଛନ୍ତି। ତେଣୁ ଏହି ସମ୍ମାନ ସମାରୋହ କିଭଳି ଆୟୋଜିତ କରାଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଚଳିତ ବର୍ଷ ଅନ୍ୟ ବର୍ଷଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବା ବେଳେ ଏହି ପରିସ୍ଥିତିକୁ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡ଼ିବ ବୋଲି ଲର୍ସ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share