ବ୍ରହ୍ମପୁର ସରକାରୀ ସ୍ବତନ୍ତ୍ର ଆବାସରେ କରୋନା: ୪୫ ନାବାଳକ ପଜିଟିଭ ଚିହ୍ନଟ

ବ୍ରହ୍ମପୁର ଅଫିସ,୧।୮: ଗଞ୍ଜାମ ଜିଲାରେ ଜୁଲାଇ ମାସ ଶେଷ ବେଳକୁ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ଭୟାଭୟ ସ୍ଥିତିରେ ରହିଛି। ଜିଲା ପାଇଁ ଜୁଲାଇ ମାସ ସବୁଠୁ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି । ଲକ୍‌ଡାଉନ, ସଟ୍‌ଡାଉନ ଏବଂ ସୀମା ସିଲ୍‌ ଭଳି ପଦକ୍ଷେପ ଆଉ କାମ ଦେଉନି। ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ମଧ୍ୟ ଦେଖିବାକୁ ମିଳୁଛି। ବ୍ରହ୍ମପୁରର ସ୍ବତନ୍ତ୍ର ଆବାସ ଗୃହରେ ପଶିଛି କରୋନା । ଏହି ଜୁଭେନାଇଲ ହୋମ୍‌ରେ ଥିବା ୪୫ ଜଣ ବାଳ ଅପରାଧି ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ ବ୍ୟାପକ ସୁରକ୍ଷା ମଧ୍ୟରେ ରହୁଥିବା ସତ୍ତ୍ୱେ ଏଠାରେ ସଂକ୍ରମଣ କିପରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଏଠାରେ ୧୦୦ ଜଣ ନାବାଳକ ରହୁଛନ୍ତି । ହେଲେ ସେମାନଙ୍କ ଭିତରୁ କିଛି ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ସେଥିରୁ ୭୨ ଜଣକ ସ୍ବାବ ଟେଷ୍ଟ ଶୁକ୍ରବାର କରାଯାଇଥିଲା । ସେଥିରୁ ୪୫ ଜଣଙ୍କ ପଜିଟିଭ ଆସିଥିବା ବ୍ରହ୍ମପୁର ମହାନଗର କମିଶନର (ବିଏମ୍‌ସି )ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି । ତେବେ ସେମାନଙ୍କ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଟିମ୍‌ ପଠାଇବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ଆବାସ ଗୃହର ଅଧିକ୍ଷକ ପି.କେ ହାରା ସୂଚନା ଦେଇଛନ୍ତି । କରୋନାରେ ଆକ୍ରାନ୍ତ ଅନ୍ତେବାସୀ ଙ୍କୁ ଏବେ ସ୍ବତନ୍ତ୍ର ଭାବେ ରଖାଯାଇ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯାଉଛି। ଅନ୍ୟପଟେ ଆକ୍ରାନ୍ତ ଅନ୍ତେବାସୀମାନେ ଏବେ ସୁସ୍ଥ ଅନୁଭବ କରୁଥିବା ମଧ୍ୟ ସେ କହିଛନ୍ତି ।
ସୂଚନା ଯୋଗ୍ୟ, ପୂର୍ବରୁ ବ୍ରହ୍ମପୁର ମଣ୍ଡଳକାରାଗାରର ଜେଲର ସମେତ ୯ ଜଣ କର୍ମଚାରୀ ଓ ୩୫ ଜଣ ବିଚାରାଧୀନ ବନ୍ଦୀଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେହିପରି ବ୍ରହ୍ମପୁରରେ ଥିବା ଏହି ସ୍ବତନ୍ତ୍ର ଆବାସ ଗୃହରେ ରାଜ୍ୟର ୧୨ଟି ଜିଲାର ବାଳ ଅପରାଧୀ ସ୍ଥାନାନ୍ତର ହୋଇ ଏଠାରେ ରହିଥାନ୍ତି । ଆଜିର ଏହି ଘଟଣା ପରେ ଜେଲରେ ତଥା ସ୍ବତନ୍ତ୍ର ଆବାସ ଗୃହରେ ରହୁଥିବା ଅପରାଧୀମାନେ ଅସୁରକ୍ଷିତ ଥିବା ସ୍ପଷ୍ଟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କାଷ୍ଟ୍, ଇନକମ୍ ଏବଂ ରେସିଡେଣ୍ଟ ପ୍ରମାଣପତ୍ର ପାଇଁ ମୋବାଇଲ୍ ଆପ୍ ଲଞ୍ଚ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର, ୭ା୩: ଓଡ଼ିଶା ସରକାର ଖୁବ୍ ଶୀଘ୍ର ଏକ ମୋବାଇଲ୍ ଆପ୍ ଲଞ୍ଚ କରିବେ ଯାହା ଦ୍ୱାରା ଲୋକମାନେ ଅନଲାଇନ୍ ମୋଡ୍ ମାଧ୍ୟମରେ ରାଜସ୍ୱ ବିଭାଗରୁ...

ଏପ୍ରିଲ ୨ରୁ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ: ପିଲାଙ୍କୁ ଦିଆଯିବ ‘ଯାଦୁପେଡି କିଟ୍‌’

ଭୁବନେଶ୍ୱର,୭ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଆସନ୍ତା ଏପ୍ରିଲ ୨ରୁ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଖୋଲିବ ‘ଶିଶୁ ବାଟିକା’ ଶ୍ରେଣୀ। ୨୦୨୫-୨୬ ଶିକ୍ଷାବର୍ଷରୁ ଏଠାରେ ୫-୬ବର୍ଷ ବୟସର ପିଲାଙ୍କ ନାମଲେଖା...

୨୪ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ତାପମାତ୍ରା: ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ସମ୍ଭାବନା

ଭୁବନେଶ୍ୱର, ୭ା୩: ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଧବାର ପୂର୍ବାନୁମାନ କରିଛି ଯେ ଆଗାମୀ ୨୪ ଘଣ୍ଟା ପରେ ଓଡ଼ିଶାର ଅନେକ ଜିଲାରେ ଦିନର ତାପମାତ୍ରାରେ ୩ରୁ...

ନୂଆ ବାସଭବନକୁ ଗଲେ ମୁଖ୍ୟମନ୍ତ୍ରୀ: ପ୍ରଥମେ ଏହି ଘରେ ରହିଥିଲେ ନନ୍ଦିନୀ ଶତପଥୀ

ଭୁବନେଶ୍ୱର, ୭ା୩(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ନୂଆ ସରକାରୀ ବାସଭବନରେ ଗୃହପ୍ରବେଶ କରିଛନ୍ତି। ଭୁବନେଶ୍ୱର ଗଭର୍ନର ହାଉସ୍‌ ଛକରୁ ଏଜି ଛକ ଯିବା...

ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଯାଜପୁର/ଯାଜପୁର ରୋଡ଼,୭ା୩(ହର୍ଷବର୍ଦ୍ଧନ ବେହେରା/ପବିତ୍ର ମହାନ୍ତି): ଯାଜପୁର ଜିଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୁରୁବାର ଆଗତ ହୋଇଛି ା ଏହି ମର୍ମରେ...

କିଏ ସେହି ହରିଶ ଟଣ୍ଡନ, ଯିଏ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୭ା୩:କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ। ସୁପ୍ରିମକୋର୍ଟ କଲେଜିୟମ୍‌ ଗୁରୁବାର ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ...

ନିଆଁ ଲାଗି କାଜୁ ଫସଲ ନଷ୍ଟ

କୋକସରା,୬ା୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନାଗପଡା ନିକଟରେ ଥିବା କାଜୁ ଜଙ୍ଗଲ ସମେତ ଆଖପାଖ ଚାଷଜମିରେ ଗୁରୁବାର ନିଆଁ...

ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ଭୁବନେଶ୍ବର,୬।୩: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି। ଜଷ୍ଟିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image