ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ବଢ଼ିବାରେ ଲାଗିଲାଣି କରୋନା ସଂକ୍ରମଣ। ଅନେକ ଦିନ ପରେ ରାଜଧାନୀରେ କରୋନା ସଂକ୍ରମଣ ମାମଲା ୩୦୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୯୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ପ୍ରକାଶ ଯେ, ମଙ୍ଗଳବାର ଦିଲ୍ଲୀରେ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ବୁଧବାର ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ଦିନକ ମଧ୍ୟରେ ସଂକ୍ରମଣ ହାର ଦୁଇଗୁଣ ବୃଦ୍ଧି ପାଇବାରୁ ବିଶେଷଜ୍ଞମାନେ ଚତୁର୍ଥ ଲହର ଆଶଙ୍କା କରୁଛନ୍ତି। ଅପରପକ୍ଷେ ଦିଲ୍ଲୀ ସରକାର ଆବଶ୍ୟକ ପଡ଼ିଲେ କଟକଣା ଲଗାଯିବ ବୋଲି କହିଛନ୍ତି।