ଆଇପିଏଲରେ ପୁଣି କରୋନା ଭୟ: କ୍ୱାରାଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ମୁମ୍ବାଇ,୧୮।୪:ଆଇପିଏଲ୍‌ର ୧୫ତମ ସିଜିନ୍‌ରେ ମଧ୍ୟ କରୋନା ଏଣ୍ଟ୍ରି କରିଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ ପ୍ୟାଟ୍ରିକ ଫରହାର୍ଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ପରେ ଏବେ ଆଉ ଜଣେ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ଏବେ ପୂରା ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀର ଆଗାମୀ ମ୍ୟାଚ୍‌ ପୁଣେରେ ଅଛି। ଏଥିପାଇଁ ଦଳକୁ ଷ୍ଟାଡିୟମ୍‌ ଯିବାର ଥିଲା। କିନ୍ତୁ ଖେଳାଳିଙ୍କୁ ହୋଟେଲ୍‌ରେ ହିଁ ରଖାଯାଇଛି। ଏବେ ୨ ଦିନ ଧରି ସମସ୍ତଙ୍କ ଖେଳାଳିଙ୍କ କରୋନା ଟେଷ୍ଟ କରାଯିବ। ଏହାପରେ ହିଁ ଅଗାମୀ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ, ରିଷଭ ପନ୍ତଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ପରବର୍ତ୍ତୀ ମ୍ୟାଚ ପଞ୍ଜାବ କିଙ୍ଗସ (ପିବିକେଏସ) ବିପକ୍ଷରେ ଖେଳିବାକୁ ପଡିବ। ଏହି ମ୍ୟାଚ୍‌ ଏପ୍ରିଲ ୨୦ରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଦିଲ୍ଲୀ ଦଳ ଏପ୍ରିଲ ୧୮ରେ ପୁଣେ ଅଭିମୁଖେ ଯିବାକୁ ଥିଲା, କିନ୍ତୁ ଦଳ ନିଜେ ମୁମ୍ବାଇର ହୋଟେଲରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡିଛି।

Share