ସିଙ୍ଗାପୁରରେ କରୋନା ଅଣାୟତ ମୁହାଁ: ସପ୍ତାହ ମଧ୍ୟରେ ୫୬ ହଜାରରୁ ଅଧିକ ଆକ୍ରାନ୍ତ, ମାସ୍କ ପିନ୍ଧିବାକୁ ସରକାରଙ୍କ ନିର୍ଦ୍ଦେଶ…

ସିଙ୍ଗାପୁର,୨୦।୧୨ : କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ.୧ ପୃଥିବୀର ୧୧ଟି ଦେଶରେ ବ୍ୟାପିବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି।
ସିଙ୍ଗାପୁରରେ ସବୁଠାରୁ ଖରାପ ପରିସ୍ଥିତି ଦେଖାଦେଇଛି। ଏଠାରେ କରୋନା ଅଣାୟତ ମୁହାଁ ହେବାରେ ଲାଗିଛି। ଯେଉଁଠାରେ ଏକ ସପ୍ତାହ ମଧ୍ୟରେ ୫୬ ,୦୪୩ ଆକ୍ରାନ୍ତ ରିପୋର୍ଟ ହୋଇଥିବା ଜଣାଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ଏକ ସପ୍ତାହ ତଳେ ୩୨,୦୩୫ ଥିଲା।

ଏଥି ସହିତ ମାଲେସିଆ ଏବଂ ଇଣ୍ଡୋନେସିଆରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିଙ୍ଗାପୁର ସରକାର ବିମାନ ବନ୍ଦର, ରେଳ ଷ୍ଟେଶନ, ବସଷ୍ଟାଣ୍ଡ. ସର୍ବସାଧାରଣ ପାର୍କ, ମଲ୍‌ ତଥା ଅନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ ସତର୍କତା ଅବଲମ୍ବନ ସହିତ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

Share