ପୁଣି ଉପରମୁହାଁ କରୋନା: ଆଜି ବି କଟକ ଆଗରେ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଶନିବାର ରାଜ୍ୟରୁ ୧୨୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୭୧୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୧ ଜଣ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଚିହ୍ନଟ ହୋଇଥିବା ୧୨୦ ପଜିଟିଭ୍‌ ମଧ୍ୟରୁ କଟକରୁ ସର୍ବାଧିକ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୬ ଏବଂ ମୟୂରଭଞ୍ଜରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୪, ବରଗଡ଼ ୧, ଭଦ୍ରକ ୩, ବଲାଙ୍ଗୀର ୨, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧, ଯାଜପୁର ୪, କଳାହାଣ୍ଡି ୧, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୧, ଖୋର୍ଦ୍ଧା ୧୪, ନବରଙ୍ଗପୁର ୧, ନୂଆପଡ଼ା ୧, ପୁରୀ ୩, ରାୟଗଡ଼ା ୩ ଏବଂ ସମ୍ବଲପୁରରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୭୧୯ରେ ପହଞ୍ଚିଥିବା ବେଳେ ୩,୩୫,୯୯୪ ଜଣ ସୁସ୍ଥ ହୋଇଛନ୍ତି। ୭୫୪ ଜଣ ଚିକିିତ୍ସିତ ହେଉଛନ୍ତି।

Share