ହସ୍ପିଟାଲରୁ ଫେରାର ହେବାକୁ ଉଦ୍ୟମବେଳେ ଛାତରୁ ପଡ଼ି କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

ମୁରାଦାବାଦ, ୨୦।୮: ଉତ୍ତର ପ୍ରଦେଶ ମୁରାଦାବାଦ ଜିଲାରେ ଜଣେ କରୋନା ଆକ୍ରାନ୍ତ ମହିଳା ହସ୍ପିଟାଲରୁ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଛାତରୁ ପଡ଼ି ମୃତ୍ୟୁବରଣ କରିଛନ୍ତି। ୨୮ ବର୍ଷୀୟା ଏହି ମହିଳାଜଣଙ୍କ ତୀର୍ଥକର ବିଶ୍ୱବିଦ୍ୟାଳୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ବୁଧବାର ସେ ହସ୍ପିଟାଲରୁ ପଳାଇବାକୁ ଉଦ୍ୟମ କରୁଥିବାବେଳେ ୩ ମହଲା ଛାତରୁ ପଡ଼ି ମୃତ୍ୟୁବରଣ କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ମହିଳା ଜଣଙ୍କ ଝରକା ବାଟ ଦେଇ ପଳାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ର୍ଦୁଭାଗ୍ୟବଶତଃ ପ୍ରଥମ ମହଲା ଛାତରେ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ମହିଳାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ।