ସ୍କୁଲ୍‌ ଖୋଲିବା ପରେ ପିଲାଙ୍କ ମଧ୍ୟରେ ବଢ଼ିଲା କରୋନା ସଂକ୍ରମଣ…

ନୂଆଦିଲ୍ଲୀ,୧୨।୮: ସ୍କୁଲ୍‌ ଖୋଲିବା ପରେ ଛୋଟ ପିଲାଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କର୍ନାଟକ, ପଞ୍ଜାବ, ହରିୟାଣା,ହିମାଚଳପ୍ରଦେଶରେ ସ୍କୁଲ ପିଲା କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଫଳରେ ଦେଶରେ କରୋନାର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବାବେଳେ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କର୍ନାଟକର ବେଙ୍ଗାଲୁରୁରେ ପିଲାଙ୍କ ମଧ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟର ୩୦୦ ଜଣ ସ୍କୁଲ ପିଲାଙ୍କ ନବମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେହିପରି ପଞ୍ଜାବରେ ଏହି ସଂଖ୍ୟା ୨୭ ଥିବାବେଳେ ହିମାଚଳ ପ୍ରଦେଶରେ ୬୨ ସ୍କୁଲ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Share