କୋହଲିଙ୍କ ଘରେ କରୋନା ସଂକ୍ରମଣ…

ବଲିଉଡ୍‌, ୩୦।୮: ବଲିଉଡ୍‌ ଅଭିନେତା ତଥା ‘ୟାରିୟାଁ’ ଫେମ୍‌ ହିଂମାଶ କୋହଲିଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ହିଂମାଶ ଏବେ ଦିଲ୍ଲୀରେ ପରିବାର ସହିତ ରହୁଛନ୍ତି। ତାଙ୍କ ପରିବାର ସଦସ୍ୟଙ୍କଠାରେ କରୋନାର ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ସମସ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା। ହିଂମାଶଙ୍କ ମାତା, ପିତା ଏବଂ ଭଉଣୀଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାପରେ ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଏନେଇ ହିଂମାଶ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୪ରେ ହିଂମାଶ ଫିଲ୍ମ ‘ୟାରିୟାଁ’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ନେହା କକ୍କରଙ୍କ ସହିତ ବ୍ରେକ୍‌ ଅପ୍‌ ପରେ ହିଂମାଶ ବେଶ୍‌ ଚର୍ଚ୍ଚାରେ ରହିଥିଲେ।

Share