ଗର୍ଭସ୍ଥ ଶିଶୁ-ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ…

ଓ୍ବାଶିଂଟନ,୨୫।୧ : ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁ ଏବଂ ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ। ଏନେଇ ‘ଦ ଲାନସେଟ ରିଜିଓନାଲ ହେଲଥ୍‌ ୟୁରୋପ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା ଦାବି କରାଯାଇଛି। ଅଧ୍ୟୟନ ଅନୁଯାୟୀ ଏହି ସଂକ୍ରମଣ ଶିଶୁର ଅଙ୍ଗ ଏବଂ ମସ୍ତିଷ୍କର ବିକାଶ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ଅନୁସନ୍ଧାନରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ମହାମାରୀ ସମୟରେ କରୋନା ଅନେକ ସ୍ତରରେ ବିଭିନ୍ନ ପ୍ରକାର କ୍ଷତି ଘଟାଇଥିଲା। ପ୍ରି-ଓମିକ୍ରନ ଭାରିଆଣ୍ଟ ତୁଳନାରେ ଏହିପରି ମାମଲା ସଂଖ୍ୟା ଅଧିକ ଥିଲା। ଅଧ୍ୟୟନରେ କୁହାଯାଇଛି ଯେ ସଂକ୍ରମଣ ଗର୍ଭାଶୟର ଉପର ଅଂଶକୁ ପ୍ରଭାବିତ କରିଥାଏ। ଏହା ଜନ୍ମିତ ଶିଶୁର ବିକାଶ ଏବଂ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ ।

୨୭୬ ପିଲାଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଅଧ୍ୟୟନରେ ଅନ୍ତର୍ଭୁକ୍ତ ପିଲାମାନଙ୍କର ବୟସ ୩ ରୁ ୧୨ବର୍ଷ ମଧ୍ୟରେ ଥିଲା। ପିଲାମାନଙ୍କ ଉପରେ ନାସାଲ ସ୍ପ୍ରେର ପରୀକ୍ଷା ଦ ରୟାଲ ଶିଶୁ ହସପିଟାଲ ଏବଂ ମୋନାଶ ଶିଶୁ ଡାକ୍ତରଖାନାରେ କରାଯାଇଥିଲା।

Share