ଏବେ କରୋନା ସଂକ୍ରମଣରେ ପିକ୍‌ରେ ରହିଛି ଭୁବନେଶ୍ୱର, ସତର୍କ ରୁହନ୍ତୁ..

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜଧାନୀରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହୋଇପଡ଼ୁଛି। ତେବେ ଜୁଲାଇରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ବଳ୍ପ ଆଣ୍ଟିବଡ଼ି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍‌ ପ୍ରଭାବିତ ରହିଛି। ଏବେ ଭୁବନେଶ୍ୱର ଏକ ପ୍ରକାର ପିକ୍‌ରେ ରହିଛି। ଆମକୁ ଅତି କମ୍‌ରେ ଆଉ ମାସଟିଏ ନିଜକୁ ସୁରକ୍ଷିତ ରଖିବାକୁ ପଡ଼ିବ। ବର୍ତ୍ତମାନ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ। ସମସ୍ତଙ୍କୁ ନିୟମ ମାନିବାକୁ ପଡ଼ିବ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୪୦% କୋଭିଡ ବେଡ୍‌ ଫାଙ୍କା ରହିଛି। ଚିକିତ୍ସା ସୁବିଧା ଦେଖିଲେ ଆମେ ଭଲ ସ୍ଥିତିରେ ରହିଛୁ। ଏବେ ଭୁବନେଶ୍ୱରରେ ୨୬୧୮ ଆକ୍ଟିଭ କେସ୍‌ ରହିଛି। ଅଗଷ୍ଟ ୩୧ ସୁଦ୍ଧା ୩୪୨୯, ସେପ୍ଟେମ୍ବର ୧୫କୁ ୫ହଜାର ଆକ୍ଟିଭ୍‌ କେସ୍‌ ରହିଛି। ହୋମ୍‌ ଆଇସୋଲେଶନରେ ରହି ୬ ଶହରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଏବେ ଆମେ ହୋମ୍‌ ଆଇସୋଲେଶନ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଏବେ ଗୁରୁତ୍ୱପୂର୍ଣ୍ଣ ସମୟ, ସଂକ୍ରମଣ ବଢ଼ୁଛି, ସମସ୍ତେ ସତର୍କ ରୁହନ୍ତୁ ବୋଲି ଶନିବାର ବିଏମ୍‌ସି କମିଶନର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି।

Share