ଏହି ପାମ୍ପଡ଼ ଖାଇଲେ ହେବନି କରୋନା ସଂକ୍ରମଣ: ଭାଜପା ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ଭାଜପାର ସଂସଦୀୟ ବ୍ୟାପାର ଏବଂ ଭାରି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ବାଲଙ୍କ ଏକ ମନ୍ତବ୍ୟ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର ମନ୍ତ୍ରୀ ଭାଭିଜୀ ପାମ୍ପଡ଼ର ବଜାର ପ୍ରବେଶ କରାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏହି ପାମ୍ପଡ଼ ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ। ଏହାକୁ ଖାଇଲେ କରୋନା ସଂକ୍ରମଣରୁ ଦୂରେଇ ରହିହେବ ବୋଲି ସେ ଦାବି କରିଛନ୍ତି। ସେ ରାଜସ୍ଥାନର ବେକାନେରରେ ଏହି ପାମ୍ପଡ଼ର ବଜାର ପ୍ରବେଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମନ୍ତ୍ରୀ ଦୁଇ ହାତରେ ୨ ପ୍ୟାକେଟ ପାମ୍ପଡ଼ ଧରିଥିବାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ୟୁଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି ନା ଦିୟା ନା ଥାଲି ସେ, ନା ଥାପଡ଼ ସେ କରୋନା ଭାଗେଗା ପାମ୍ପଡ଼ ସେ।

Share