ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ କମୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସେ ଆହୁରି କହିଛନ୍ତି, ଗତ ୧୨ରୁ ରାଜ୍ୟରେ କରୋନା ସଂକ୍ରମଣ କମିବା ଆରମ୍ଭ କରିଛି। ଏଭଳି କମିବା ଧାରା ଯଦି ଲାଗି ରହିବ ତେବେ କହି ହେବ ରାଜ୍ୟ ପିକ୍ ଅତିକ୍ରମ କରିଛି ନା ନାହିଁ। କେବଳ ସହର ନୁହେଁ, ଗାଁରେ ମଧ୍ୟ ସଂକ୍ରମଣ ସ୍ଥିର ରହିଛି।