କରୋନା ସଂକ୍ରମଣ ପାରୋଲ ସମୟ ସୀମା ବଢ଼ାଇବା ଲାଗି ଯୁକ୍ତିସଙ୍ଗତ ନୁହେଁ…

ବେଙ୍ଗାଲୁରୁ,୩।୧୧: କରୋନା ସଂକ୍ରମଣ ପାରୋଲ ସୀମା ବଢ଼ାଇବା ଲାଗି ଯୁକ୍ତିସଙ୍ଗତ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ରାୟ ଦେଇଛନ୍ତି। ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଦର୍ଶାଇ ତାଙ୍କ ପାରୋଲ ସମୟକୁୁ ବୃଦ୍ଧି କରିବା ଲାଗି ଆବେଦନ କରିଥିଲେ। ବିଚାରପତି କ୍ରିଷ୍ଣା ଏସ୍‌. ଦୀକ୍ଷୀତ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି କହିଛନ୍ତି ଯେ, ଆବେଦନକାରୀ ରୋଗରେ ପୀଡ଼ିତ ଥିବା ଦର୍ଶାଇ ପାରୋଲକୁ ବଢ଼ାଇବା ଲାଗି କରିଥିତ୍ତ୍ତ୍ତ୍ବା ଆବେଦନକୁ ଗ୍ରହଣ କରିହେବ ନାହିଁ। ତେଣୁ ଏହାକୁ ଖାରଜ କରାଯାଉଛି। ରାଶି କୁମାରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ବିଚାର ମାର୍ଚ୍ଚ ୧୮ଠାରୁ ଜାରି ରହିଥିଲା।
ଖଣ୍ଡପୀଠ କହିଛନ୍ତିି ଯେ, କଏଦୀ ପାରୋଲ ଏବଂ ଫରଲୋ ମଧ୍ୟରେ ପାର୍ଥକ୍ୟ ବୁଝିବାର ଆବଶ୍ୟକତା ରହିଛି। ଏକାସାଙ୍ଗରେ ଉଭୟ ନିୟମ ଲାଗୁ ହୋଇ ପାରିବ ନାହିଁ। ଏହା ନ୍ୟାୟିକ ବ୍ୟବସ୍ଥା ଉପରେ ହୁଏତ ପ୍ରଶ୍ନ ଆଣିପାରେ। ଫଳରେ ନ୍ୟାୟିକ ପ୍ରଣାଳୀ ଉପରୁ ଲୋକଙ୍କର ଥିବା ବିଶ୍ୱାସ ହୁଏତ ରହି ନ ପାରେ ବୋଲି କୋର୍ଟ କହିଛନ୍ତି।

Share