ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ କଟକରୁ

ଭୁବନେଶ୍ୱର,୮।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। ପ୍ରତିଦିନ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଚିନ୍ତା ବଢ଼ାଉଛି। ବୁଧବାର ରାଜ୍ୟରେ ୨,୬୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨,୫୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୪୫୮ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୧,୦୮୪ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟାରେ ଖୋର୍ଦ୍ଧାକୁ ପଛରେ ପକାଇ କଟକ ଆଗରେ ରହିଛି। ସର୍ବାଧିକ କଟକ ଜିଲାରୁ ୪୨୮ ଓ ଖୋର୍ଦ୍ଧାରୁୁ ୪୨୪ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୬୦, ବାଲେଶ୍ୱର ୨୨୧, ବରଗଡ଼ ୧୭, ଭଦ୍ରକ ୧୦୦, ବଲାଙ୍ଗୀର ୨, ବୌଦ୍ଧ ୭, ଦେବଗଡ଼ ୭, ଢ଼େଙ୍କାନାଳ ୩୪, ଗଜପତି ୧୫, ଗଞ୍ଜାମ ୧୩, ଜଗତସିଂହପୁର ୧୨୮, ଯାଜପୁର ୧୩୯, ଝାରସୁଗୁଡ଼ା ୨୪, କଳାହାଣ୍ଡି ୧୦, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୧୬୭, କେନ୍ଦୁଝର ୬୯, କୋରାପୁଟ ୪୦, ମାଲକାନଗିରି ୪୨, ମୟୁରଭଞ୍ଜ ୧୨୪, ନବରଙ୍ଗପୁର ୧୨, ନୟାଗଡ଼ ୭୮, ନୂଆପଡ଼ା ୮, ପୁରୀ ୧୫୦, ରାୟଗଡ଼ା ୩୭, ସମ୍ବଲପୁର ୨୮, ସୁବର୍ଣ୍ଣପୁର ୫, ସୁନ୍ଦରଗଡ଼ ୫୭ ଓ ଷ୍ଟେଟ ପୁଲରୁ ୭୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୨,୩୩୦ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୦୦,୨୮୨ଜଣ ସୁସ୍ଥ ହୋଇଥିବା ବେଳେ ୨୭,୫୮୦ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share