କଣ୍ଠସ୍ବରରୁ ବି ଚିହ୍ନଟ ହେବେ କରୋନା ଆକ୍ରାନ୍ତ: ମୁମ୍ବାଇରେ ଆରମ୍ଭ ହେବ ପରୀକ୍ଷା

ମୁମ୍ବାଇ, ୯।୮: ମୁମ୍ବାଇରେ ଲୋକଙ୍କ କଣ୍ଠସ୍ବରରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଏନେଇ ସ୍ବତନ୍ତ୍ର ଏଆଇ ସିଷ୍ଟମ୍‌ର ବ୍ୟବହାର ହେବ। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଆସନ୍ତା ସପ୍ତାହ ସୁଦ୍ଧା ଏହି ପ୍ରଣାଳୀରେ ଆକ୍ରାନ୍ତ ଚିହ୍ନଟ କରାଯିବା କାର୍ଯ୍ୟ ଆରମ୍ଭ ହେବ। ଗୁରୁଗାଓଁରେ ଏହି ପ୍ରଣାଳୀ ଦ୍ୱାରା ୧୦୦୦ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ମ୍ୟୁନିସିପାଲ କମିଶନର ସୁରେଶ କାକାଣୀ ସୂଚନା ଦେଇଛନ୍ତି। ଲୋକଙ୍କୁ ସେଲ୍‌ଫୋନ୍‌ରେ କଥା ହେବାକୁ କୁହାଯିବ। ତାଙ୍କର କଣ୍ଠସ୍ବର ଏଆଇ ସିଷ୍ଟମ୍‌ ଯାଞ୍ଚ୍‌ କରିବ। ଏହାପରେ ମାତ୍ର ୩୦ ସେକେଣ୍ଡରେ ସେମାନଙ୍କୁ କରୋନା ସଂକ୍ରମଣ ହୋଇଛ କି ନାହିଁ ଜଣାପଡ଼ିଯିବ।

Share