Categories: ଜାତୀୟ

କରୋନା ସଂକ୍ରମଣ ଆତଙ୍କ: ସଂସଦର ଶୀତ ଅଧବେଶନ ବାତିଲ

ନୂଆଦିଲ୍ଲୀ,୧୫।୧୨: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ଥର ହେବାକୁ ଥିବା ସଂସଦର ଶୀତ ଅଧବେଶନକୁ ବାତିଲ କରି ଦିଆଯାଇଛି। ଏସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ତେବେ ଜାନୁୟାରୀରେ ବଜେଟ ଅଧିବେଶନ ହେବ ବୋଲି ସେ କହିଛନ୍ତି। ଶୀତ ଅଧିବେଶନ କରାଇବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଅଧିବେଶନରେ ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା କରାଯିବା ଲାଗି କଂଗ୍ରେସ ପକ୍ଷରୁ ଅଧିର ରଞ୍ଜନ ଚୌଧୁରୀ ଚିଠି ଲେଖିଥିଲେ। ଏହାର ଜବାବରେ ପ୍ରହଲ୍ଲାଦ କହିଛନ୍ତି ଯେ, ସମସ୍ତ ରାଜନୈତିକ ଦଳ ସହିତ ଶୀତ ଅଧିବେଶନ ଆୟୋଜନ ସପକ୍ଷରେ ନ ଥିଲେ। ଏନେଇ ରାଜନୈତିକ ଦଳ ମୁଖ୍ୟଙ୍କ ସହିତ ବିଚାର ବିମର୍ଷ କରାଯାଇଥିଲା। ସର୍ବସମ୍ମତି ଭାବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ପ୍ରହଲ୍ଲାଦ କହିଛନ୍ତି।

Share