ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୨ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୫।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ଗତ ୨ଦିନରୁ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ରାଜ୍ୟରେ କଟକଣା ସାମାନ୍ୟ କୋହଳ ହେବା ପରେ ଲୋକମାନେ ପୁଣି ଥରେ ମାର୍କେଟରେ ଗହଳି କରୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ପୁଣି ସଂକ୍ରମଣ ବଢ଼ିବାରେ ଲାଗିଛି। ବୁଧବାର ରାଜ୍ୟରେ ୨,୦୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨,୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧,୨୧୩ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୮୯୭ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୪୫୮ ଓ କଟକରୁୁ ୩୨୩ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୪୬, ବାଲେଶ୍ୱର ୧୬୮, ବରଗଡ଼ ୧୪, ଭଦ୍ରକ ୭୯, ବଲାଙ୍ଗୀର ୧୩, ବୌଦ୍ଧ ୧୬, ଦେବଗଡ଼ ୫, ଢ଼େଙ୍କାନାଳ ୩୫, ଗଜପତି ୧୧, ଗଞ୍ଜାମ ୧୬, ଜଗତସିଂହପୁର ୬୭, ଯାଜପୁର ୯୨, ଝାରସୁଗୁଡ଼ା ୧୦, କଳାହାଣ୍ଡି ୭, କନ୍ଧମାଳ ୧୨, କେନ୍ଦ୍ରାପଡ଼ା ୧୩୨, କେନ୍ଦୁଝର ୬୬, କୋରାପୁଟ ୧୯, ମାଲକାନଗିରି ୨୨, ମୟୁରଭଞ୍ଜ ୯୯, ନବରଙ୍ଗପୁର ୧୦, ନୟାଗଡ଼ ୭୪, ନୂଆପଡ଼ା ୨, ପୁରୀ ୧୧୩, ରାୟଗଡ଼ା ୨୯, ସମ୍ବଲପୁର ୧୯, ସୁବର୍ଣ୍ଣପୁର ୪, ସୁନ୍ଦରଗଡ଼ ୬୨ ଓ ଷ୍ଟେଟ ପୁଲରୁ ୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୪୭,୮୫୯ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୨୦,୬୪୬ଜଣ ସୁସ୍ଥ ହୋଇଥିବା ବେଳେ ୨୨,୨୯୯ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share