ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ଶନିବାର ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇଛି। ଶୁକ୍ରବାର ରାଜ୍ୟରେ ୨,୯୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩,୫୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨,୦୨୮ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୧,୫୨୬ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୬୫୧ ଓ କଟକରୁୁ ୫୦୧ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୧୩୩, ବାଲେଶ୍ୱର ୨୭୧, ବରଗଡ଼ ୩୧, ଭଦ୍ରକ ୧୫୮, ବଲାଙ୍ଗୀର ୩୧, ବୌଦ୍ଧ ୩୩, ଦେବଗଡ଼ ୮, ଢ଼େଙ୍କାନାଳ ୫୬, ଗଜପତି ୨୪, ଗଞ୍ଜାମ ୨୨, ଜଗତସିଂହପୁର ୧୪୫, ଯାଜପୁର ୨୫୬, ଝାରସୁଗୁଡ଼ା ୧୧, କଳାହାଣ୍ଡି ୨୧, କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୬୫, କୋରାପୁଟ ୬୯, ମାଲକାନଗିରି ୬୧, ମୟୁରଭଞ୍ଜ ୧୯୬, ନବରଙ୍ଗପୁର ୨୨, ନୟାଗଡ଼ ୧୦୦, ନୂଆପଡ଼ା ୨୦, ପୁରୀ ୨୩୩, ରାୟଗଡ଼ା ୬୧, ସମ୍ବଲପୁର ୧୮, ସୁବର୍ଣ୍ଣପୁର ୨୯, ସୁନ୍ଦରଗଡ଼ ୭୧ ଓ ଷ୍ଟେଟ ପୁଲରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୯୭,୦୬୨ରେ ପହଞ୍ଚିଛି। ସେଥିମଧ୍ୟରୁ ୮,୬୦,୧୪୨ଜଣ ସୁସ୍ଥ ହୋଇଥିବା ବେଳେ ୩୩,୦୧୯ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share