ରକ୍ତ ସଂଗ୍ରହରେ କରୋନା ବାଧକ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): କରୋନା ମହାମାରୀ ରାଜ୍ୟରେ ସଂକଟଜନକ ପରିସ୍ଥିତି ସୃଷ୍ଟି କରିଛି। ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଜାରି ରହିଥିବାବେଳେ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ଏଥିଯୋଗୁ ରକ୍ତ ସଂଗ୍ରହ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟରେ ଥିବା ବିଭିନ୍ନ ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ଦାନ ଓ ସଂଗ୍ରହ ପୂରା କମିଯାଇଛି। ଫଳରେ ସାଧାରଣ ଚିକିତ୍ସା କ୍ଷେତ୍ର ବଡ଼ ସଙ୍କଟ ମଧ୍ୟଦେଇ ଗତି କରୁଛି।
କଟକରେ ସେଣ୍ଟ୍ରାଲ୍‌ ରେଡ୍‌ କ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ ରହିଛି। ଓଡ଼ିଶାର ଏହି ଅନ୍ୟତମ ବୃହତ୍ତମ ବ୍ଲଡ୍‌ ବ୍ୟାଙ୍କ କରୋନା ପୂର୍ବରୁ ପ୍ରତିଦିନ ୧୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରୁଥିଲା। ଏବେ ଦିନକୁ ୫୦ ୟୁନିଟ୍‌ ରକ୍ତ ପାଇବା କଷ୍ଟକର ହୋଇପଡୁଛି। ଏନେଇ ବ୍ଲଡ୍‌ ବ୍ୟାଙ୍କର ନିର୍ଦ୍ଦେଶକ ଡା. ଚନ୍ଦ୍ରିକା ଦାସ କହିଛନ୍ତି, କରୋନା ହେତୁ ରକ୍ତ ସଂଗ୍ରହ ହ୍ରାସ ପାଇଛି। ତଥାପି ଆମେ ନିୟମିତ ରକ୍ତ ସଂଗ୍ରହ ବୃଦ୍ଧି କରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ କରିଛୁ। ସେହିପରି କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କର ରକ୍ତ ସଂଗ୍ରହ ବ୍ୟବସ୍ଥା ମଧ୍ୟ ମହାମାରୀ କାରଣରୁ ବାଧାପ୍ରାପ୍ତ ହୋଇଛି। ଏହି ବ୍ଲଡ୍‌ ବ୍ୟାଙ୍କର ଇନ୍‌ଚାର୍ଜ ଡା. ଦେବାଶିଷ ମିଶ୍ର କହିଛନ୍ତି, ଛାତ୍ରୀଛାତ୍ରମାନେ ଅଧିକାଂଶ ରକ୍ତ ଦାନ କରନ୍ତି। ଶିକ୍ଷାନୁଷ୍ଠାନ ରକ୍ତଦାନର ମୂଳ ଉତ୍ସ ହୋଇଥିବାରୁ ସେଗୁଡ଼ିକ ବନ୍ଦ ଥିବା କାରଣରୁ ରକ୍ତ ସଂଗ୍ରହ ହ୍ରାସ ପାଇଛି। ତେବେ ରକ୍ତ ସଂଗ୍ରହ ପାଇଁ ସ୍ବତନ୍ତ୍ର ଡ୍ରାଇଭ୍‌ ଜାରି ରଖିବାକୁ ସ୍ଥାନୀୟ କ୍ଲବ୍‌ ଓ ସ୍ବେଚ୍ଛାସେବୀ ଦାତାଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକେ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଡା. ମିଶ୍ର ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଗୋଟିଏ ୟୁନିଟ୍‌ ରକ୍ତ ୩ଜଣ ରୋଗୀଙ୍କ ଜୀବନ ରକ୍ଷା କରିପାରିବ। ଦାନ କରାଯାଇଥିବା ଅଧିକାଂଶ ରକ୍ତ କର୍କଟ, ବର୍ନ, ଥାଲାସେମିଆ ଏବଂ ଅନ୍ୟ ଗୁରୁତର ରୋଗୀଙ୍କ ଚିକିତ୍ସାରେ ଲାଗିଥାଏ। ରକ୍ତ ହେଉଛି ମାନବ ଶରୀରରୁ ବାହାରୁଥିବା ଏକମାତ୍ର ଜୀବନ୍ତ ଶକ୍ତି, ଯାହା ମନୁଷ୍ୟର ଅସ୍ତିତ୍ୱ ସମୟରେ ଦାନ କରାଯାଇପାରେ। ତେଣୁ ଏହାର ଦାନକୁ ଉତ୍ସାହିତ କରାଯିବା ଆବଶ୍ୟକ ବୋଲି ଡା. ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ରକ୍ତ ସଂଗ୍ରହରେ ବିଭିନ୍ନ ପଦ୍ଧତି ଆପଣାଯାଉଛି। ନାଟ୍‌-ପିସିଆର ପଦ୍ଧତି କେବଳ କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ, ବୁର୍ଲା ଭିମ୍‌ସାର ଏବଂ କଟକ ଏସ୍‌ସିବି ମେଡିକାଲ କଲେଜରେ ଉପଲବ୍ଧ ହେଉଛି। ବିଶେଷଜ୍ଞମାନେ ଦାବି କରିଛନ୍ତି, ନାଟ୍‌-ପିସିଆର ପଦ୍ଧତିରେ ରକ୍ତ ସଂଗ୍ରହ ନିରାପଦ। ପ୍ରାରମ୍ଭିକ ପର୍ଯ୍ୟାୟରେ ରକ୍ତରୁ ଏଚ୍‌.ଆଇ.ଭି. ଭଳି ମାରାତ୍ମକ ସଂକ୍ରମଣ ଚିହ୍ନଟ କରିପାରିବ ବୋଲି ଭିମ୍‌ସାର ବୁର୍ଲାର ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ମୁଖ୍ୟ ଡା. ସି.ଆର୍‌. ପ୍ରସାଦ କହିଛନ୍ତି। ତେବେ ଏହି ପଦ୍ଧତି ପାଇଁ ଆବଶ୍ୟକ ମେଶିନର ଅଧିକ ମୂଲ୍ୟ ହେତୁ ଅନେକ ବ୍ଲଡ୍‌ ବ୍ୟାଙ୍କରେ ରକ୍ତ ସଂଗ୍ରହରେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇପାରୁନି। ଏଥିପାଇଁ ହସ୍ପିଟାଲ ଓ ମେଡିକାଲ କଲେଜ ଉପରେ ନିର୍ଭରଶୀଳ ହେଉଥିବାରୁ ପୂରା ପ୍ରକ୍ରିୟା ବିଳମ୍ବିତ ହେଉଛି। ଏହା ଉପରେ ସେ ଗୁରୁତ୍ୱ ଦେବା ସହ ରକ୍ତ ସଂଗ୍ରହକୁ ବ୍ୟାପକ କରିବା ପାଇଁ ବିକଳ୍ପ ବ୍ୟବସ୍ଥାର ଆବଶ୍ୟକତା ରହିଥିବା ଡା. ପ୍ରସାଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ଓଡ଼ିଶାରେ ଭାଜପାକୁ ସାଇନ୍‌ବୋର୍ଡ ପାର୍ଟି କୁହାଯାଉଥିଲା,ଆଉ ଏବେ…

ଭୁବନେଶ୍ୱର, ୨୬ା୧୨(ସୁନିତ୍‌ ମିଶ୍ର):ସମୟ ଥିଲା ଦିନେ ଓଡ଼ିଶାରେ ଭାଜପାକୁ  ସାଇନ୍‌ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। କିନ୍ତୁ ଏବେ ରାଜ୍ୟରେ ଭାଜପାର ଡବଲ ଇଞ୍ଜିନ ସରକାର ଚାଲିଛି। ରାଜ୍ୟରେ...

୩୦ ଫୁଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଚାପି ହୋଇଗଲେ ଚାଳକ

ନୟାଗଡ଼,୨୬ା୧୨(ଲୋକନାଥ ମିଶ୍ର): ନୟାଗଡ଼ଠାରେ ଗୁରୁବାର ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ସୂଚନାରୁ ପ୍ରକାଶ ଯେ, ବିଶାଖାପାଟଣାରୁ ସିମେଣ୍ଟ...

ଜାନୁଆରୀରୁ ଚାଷୀ ପଞ୍ଜୀକରଣ, ଚିହ୍ନଟ ହେବେ ଅଣଚାଷୀ

ଭୁବନେଶ୍ୱର, ୨୬ା୧୨(ସୁନିତ୍‌ ମିଶ୍ର):ରାଜ୍ୟର ଯେଉଁ ଅଣଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ଲାଭ ଉଠାଉଛନ୍ତି ସେମାନଙ୍କୁ ବାଦ୍‌ ଦିଆଯିବ। ରାଜ୍ୟ ସରକାର ଏବେ ଉପଯୁକ୍ତ ଚାଷୀଙ୍କୁ ଚିହ୍ନଟକରିବା...

ବିଲରେ ଉଜୁଡ଼ା ଫସଲ ଦେଖି ଆଖି ବୁଜିଲେ ଚାଷୀ

ଡେରାବିଶ,୨୬ା୧୨(ବେବର୍ତ୍ତା ଅଜୟ ଦାସ):ପୁରୀ ଜିଲା ସତ୍ୟବାଦୀ ବ୍ଲକ୍‌ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଡୁଙ୍ଗର ଗ୍ରାମର ଜଣେ ଚାଷୀ ଉଜୁଡ଼ା ଫସଲ ଦେଖି ବିଲରେ ଟଳି ପଡିଥିଲେ।...

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏହି ଦିନଠାରୁ କମିବ ବର୍ଷା, ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ଆଜିଠୁ ବର୍ଷା କମିବାକୁ ଥିବା ବେଳେ କାଲିଠୁ ସମ୍ପର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ବିଶେଷ କରି...

ଏହି ଦିନ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା:ପ୍ରାୟ ଏକ କୋଟି ମହିଳା…

ଭୁବନେଶ୍ୱର,୨୬ା୧୨(ଅନିଲ ଦାସ):ଆସନ୍ତା ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ବାବଦ ୫ ହଜାର ଟଙ୍କା ପ୍ରଦାନ କରାଯିବ।...

ନିର୍ବାଚନରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧୨: ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ। ଯେଉଁ ଦିନ ସରକାର...

ସ୍ବାମୀଙ୍କ ଅନ୍ୟତ୍ର ବିବାହ ଉଦ୍ୟମ: ଘର ଆଗରେ ପୁଅ ସହ ଧାରଣାରେ ବସିଲେ ସ୍ତ୍ରୀ’

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ବାସୁଦେବପୁର ଗ୍ରାମର ପି.ଶ୍ରୀୟା ରେଡ୍ଡୀଙ୍କ ସ୍ଵାମୀ ପି.ଶିବରାମ ପାତ୍ର ବିବାହର ୭ ବର୍ଷ ପରେ ପ୍ରତାରଣା କରି ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri