ପୁଣି ଫେରିଲା କରୋନା, ଲକଡାଉନ ଘୋଷଣା

ଅକଲାଣ୍ଡ,୧୪।୨: ନ୍ୟୁଜିଲାଣ୍ଡରେ ପୁଣି କରୋନା ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ରବିବାର ଅକଲ୍ୟାଣ୍ଡ ସହରରେ ତିନି ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ସମୟରେ ଆବଶ୍ୟକ ସେବା ବ୍ୟତୀତ ସବୁକିଛି ବନ୍ଦ ରହିବ। କ୍ୟାବିନେଟର ଅନ୍ୟ ବରିଷ୍ଠ ଏମ୍‌ପିଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ଆର୍ଡନ ଏହି ଘୋଷଣା କରିଛନ୍ତି। ଆର୍ଡନ କହିଛନ୍ତି ଯେ ନିକଟରେ ମିଳିଥିବା କୋଭିଡ ଭୂତାଣୁ ଅଧିକ ସଂକ୍ରମିତ ହୋଇପାରେ, ତେଣୁ ଆମକୁ ଅଧିକ ସତର୍କ ହେବା ଆବଶ୍ୟକ। ଉଲ୍ଲେଖନୀୟ ବିଷୟ ହେଉଛି, ଯେତେବେଳେ ସମଗ୍ର ବିଶ୍ୱ କରୋନା ଭୂତାଣୁ ସହ ଲଢୁଥିଲା, ସେତେବେଳେ ନ୍ୟୁଜିଲାଣ୍ଡ କରୋନାକୁ ହରାଇ ଚର୍ଚ୍ଚାରେ ଥିଲା।

Share