କ୍ୟାନସର ରୋଗୀଙ୍କୁ କରୋନା ସଂକ୍ରମଣ ଅଧିକ, ଡାକ୍ତର ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୨୩ା୯(ବ୍ୟୁରୋ): କ୍ୟାନସର ରୋଗୀଙ୍କୁ କରୋନା ସଂକ୍ରମଣ ଅଧିକ ରହିଛି। ତେଣୁ କ୍ୟାନସର ସ୍ପେଶାଲିଷ୍ଟ ଡାକ୍ତର ସୁରେନ୍ଦ୍ର ସେନାପତି ଏ ସମ୍ପର୍କରେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କ୍ୟାନସର ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ୍‌ ରହିଥାଏ। ତେଣୁ ସେମାନଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ। କରୋନା ଲକ୍ଷଣ ହୀନ କ୍ୟାନସର ରୋଗୀମାନେ ମଧ୍ୟ ହୋମ୍‌ ଆଇସୋଲେଶନରେ ରହିପାରିବେ। କରୋନା ହେଲେ ମଧ୍ୟ ସେମାନେ କେମୋ ନେଇପାରିବେ। କରୋନା ଭୟରେ କ୍ୟାନସର ରୋଗୀ ଅଧାରୁ ଚିକିତ୍ସା ବନ୍ଦ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Share