ଆଜ୍‌ମା, କିଡ୍‌ନୀ, କ୍ୟାନସର ରୋଗୀଙ୍କ ପାଇଁ ପ୍ରାଣଘାତି ହେଉଛି କରୋନା!

ନୂଆଦିଲ୍ଲୀ,୧୭ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଆଜମା, ଗୁରୁତର କିଡନୀ ରୋଗୀ ଓ କ୍ୟାନସର ରୋଗୀଙ୍କ ପାଇଁ ଏହା ପ୍ରାଣଘାତି ହୋଇଛି ବୋଲି କୁହାଯାଉଛି । ଦିଲ୍ଲୀ ସରକାରଙ୍କ ଡେଥ ଅଡିଟ କମଟିର ରିପୋର୍ଟରୁ ଏହା ଜଣାପଡିଛି । ୧୫ ଜାନୁୟାରୀ ମଧ୍ୟରେ ଦିଲ୍ଲୀରେ ୨୨୮ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୧୪୩ଜଣଙ୍କୁ ନେଇ ଅଡିଟ କରାଯାଇଥିଲା । ଯେଉଁମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅନ୍ୟ ରୋଗରେ ପୀଡ଼ିତ ଥିଲେ । ଏଥିରେ ସବୁ ବୟସର ଲୋକେ ସାମିଲ ଅଛନ୍ତି । ଏମିତିକି ୭୦ ପ୍ରତିଶତ ମୃତ୍ୟୁ କରୋନା ଭ୍ୟାକ୍ସିନ ନେଇ ନ ଥିବା ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନା ଭ୍ୟାକ୍ସିନର ୨ଟି ଯାକ ଡୋଜ ନେଇଥିବା ଲୋକଙ୍କ ମୃତ୍ୟୁ ହାର କମ୍ ରହିଛି । ସେହିପରି ଯେଉଁମାନେ ଗୁରୁତର ରୋଗରେ ପୀଡ଼ିତ ସେମାନେ କରୋନାର ଦୁଇଟି ଯାକ ଡୋଜ ନେଇ ବି ପୁଣିଥରେ ସଂକ୍ରମିତ ହୋଇଥିବା ଦେଖାଯାଇଛି ।

Share