ରାଜଧାନୀରେ ମାଡ଼ିଚାଲିଛି କରୋନା : ଆଜି ପୁଣି ୧୯ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଲା

ଭୁବନେଶ୍ୱର,୫ା୭(ବ୍ୟୁରୋ): ରବିବାର ରାଜଧାନୀ ଭୁବନେଶ୍ୱରରେ ପୁଣି ୧୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ କ୍ୱାରାଣ୍ଟାଇନ୍‌ରୁ ଏବଂ ୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ୨ ଜଣ କୋଭିଡ୍‌ ଯୋଧ୍ୟା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।
କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ ନୂଆଗାଁର ଜଣେ ୧୯ ବର୍ଷୀୟା ଯୁବତୀ ଏବଂ ୮୦ର ଜଣେ ବୃଦ୍ଧା। ଉଭୟଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ସାମନ୍ତରାପୁର ଲିଙ୍କ୍‌ ରହିଛି। ଏକ ହସ୍ପିଟାଲର ଦୁଇ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ୨୯ ବର୍ଷୀୟ ଯୁବକ ଏବଂ ୨୭ ବର୍ଷୀୟା ଯୁବତୀ। ସେହିପରି ଆଉ ଏକ ବେରସକାରୀ ହସ୍ପିଟାଲର ୨ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ୪୬ ବର୍ଷୀୟା ମହିଳା ହୋଇଥିବା ବେଳେ ଆଉ ଜଣେ ୩୨ ବର୍ଷୀୟ ଯୁବକ। ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଜଣକ ୨୯ ବର୍ଷୀୟା ମହିଳା। ସେହିପରି ପାହାଳର ଜଣେ ୩୨ ବର୍ଷୀୟ ଯୁବକ ଅଛନ୍ତି। ସେ ପଞ୍ଜାବରୁ ଫେରିଥିଲେ। ଆଉ ଜଣେ ୪୮ ବର୍ଷୀୟ ବ୍ୟକ୍ତି ବରମୁଣ୍ଡା ବସଷ୍ଟାଣ୍ଡ ନିକଟରୁ ଚିହ୍ନଟ ହୋଇଛନ୍ତି। ସେ କୋଲକାତାରୁ ଫେରିଥିଲେ। ନେତାଜୀ କ୍ଲକ ନିକଟ ଜଣେ ୨୭ ବର୍ଷୀୟ ଯୁବକ, ଭରତପୁର ତେଲ୍‌ଗୁ ସାହିର ଜଣେ ୬୦ ବର୍ଷର ବୃଦ୍ଧ। ଘାଟିକିଆ ନିକଟରୁ ଜଣେ ୨୧ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କର ସମ୍‌ ହସ୍ପିଟାଲ ଲିଙ୍କ୍‌ ରହିଛି। ୟୁନିଟ୍‌-୪ର ଜଣେ ୨୪ ବର୍ଷୀୟ ଯୁବକ, ସିଇଟି କଲେଜ ନିକଟ ଜଣେ ୨୯ ବର୍ଷୀୟ ବ୍ୟାଙ୍କ କର୍ମଚାରୀ, ଝାରପଡ଼ା ମହାବୀର ନଗରର ୩୦ ବର୍ଷୀୟ ଜଣେ ବ୍ୟାଙ୍କ କର୍ମଚାରୀ, ସୁନ୍ଦରପୁର ଜଣେ ୩୨ ବର୍ଷୀୟ ଯୁବକ। ସେହିପରି ପଳାସପଲ୍ଲୀର ଜଣେ ୩୧ ବର୍ଷୀୟ ଯୁବକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି କଳ୍ପନା ଛକ ନିକଟ ଏକ ସରକାରୀ ଅଫିସର ୨ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ସୂଚନାରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, କେବଳ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୪୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୦ ସୁସ୍ଥ ହୋଇଛନ୍ତି। ୧୫୬ ଚିକିତ୍ସାଧୀନ ଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି।

Share