ତାଣ୍ଡବ ରଚି ଆମର ଧର୍ଯ୍ୟ ପରୀକ୍ଷା କରୁଛି କରୋନା: ମୋଦି…

ନୂଆଦିଲ୍ଲୀ,୨୫।୪: କରୋନା ମହାମାରୀ ଘୂର୍ଣ୍ଣି ଝଡ଼ ଭଳି ଦେଶକୁ ବିପର୍ଯ୍ୟସ୍ତ କରି ଦେଇଛି। ଦେଶରେ ତାଣ୍ଡବ ରଚି କରୋନା ଆମର ଧର୍ଯ୍ୟ ପରୀକ୍ଷା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୬ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। କରୋନା ଯୋଗୁ କେତେକ ଅସମୟରେ ନିଜ ପ୍ରିୟପରିଜନଙ୍କୁ ହରାଇଛନ୍ତି। ତେବେ ଆମକୁ ମିଳିତ ଭାବେ ଲଢ଼େଇ ଜାରି ରଖିବାକୁ ପଡ଼ିବ। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଏକଜୁଟ ହୋଇ କରୋନା ବିରୋଧରେ ଛିଡ଼ା ହୋଇଛନ୍ତି। ଭୟ ନ କରି ନିଜର ଯତ୍ନ ନେବା ସହିତ ପରିବାର ସଦସ୍ୟଙ୍କ ପ୍ରତି ଯତ୍ନଶୀଳ ହେବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଭାକ୍ସିନ୍‌ ନେଇ କୌଣସି ଗୁଜବରେ ବିଶ୍ୱାସ ନ କରି ବିଶେଷଜ୍ଞଙ୍କ ପରାମର୍ଶ ପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି। ଟିକାକରଣ କେନ୍ଦ୍ରରେ ପହଞ୍ଚି ସଭିଏଁ ଟିକା ନେବା ଆବଶ୍ୟକ ବୋଲି ମୋଦି ଗୁରୁତ୍ୱାରୋପ କରିଛନ୍ତି।

Share