Advertisement

କରୋନା ମୃତକଙ୍କ ସ୍ମୃତିରେ ଦେଶର ପ୍ରଥମ ସ୍ମାରକୀ

ହାଇଦ୍ରାବାଦ,୧୨।୧୧: କରୋନା ସଂକ୍ରମଣରେ ନିହତ ହୋଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ତେଲେଙ୍ଗାନାର ଏକ ଗ୍ରାମରେ ଦେଶରେ ଏହାର ପ୍ରଥମ ସ୍ମୃତି ସ୍ମାରକୀ ଉଦଘାଟନ କରାଯାଇଛି। ଏହି ସ୍ମାରକୀ ରାଜନ୍ନା ସିରସିଲା ଜିଲାର ରାଜନ୍ନାପେଟ ଗ୍ରାମରେ ପ୍ରତିଷ୍ଠା କରାଯାଇଛି। ଭାରତ ତଥା ବିଦେଶରେ ଅବସ୍ଥାପିତ ଡାକ୍ତର ଏବଂ ବୃତ୍ତିଗତଙ୍କ ‘ପ୍ରୋଜେକ୍ଟ ମଦଦ’ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଛି । ୨୦୨୦-୨୦୨୧ ମସିହାରେ କରୋନା କାରଣରୁ ପ୍ରାଣ ହରାଇଥିବା ଦେଶର ସମସ୍ତ ନାଗରିକଙ୍କ ପାଇଁ ଏହି ସ୍ମାରକୀ ଉତ୍ସର୍ଗ କରାଯାଇଛି। ଶୁକ୍ରବାର ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ କରୋନା ଦ୍ୱାରା ନିହତ ହୋଇଥିବା ଲୋକଙ୍କୁ ଭାରତ ଭୁଲିପାରିବ ନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share