ଚାଇନାରେ କରୋନା ଚିନ୍ତା ଜନକ, ଭାରତ ପାଇଁ ଭୟର କାରଣ ନାହିଁ: ପୁନାଓ୍ବାଲା…

ନୂଆଦିଲ୍ଲୀ,୨୧।୧୨ : ଚାଇନାରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଆଦର ପୁନାୱାଲା ବୁଧବାର କହିଛନ୍ତି ଯେ ଭାରତର ଉତ୍କୃଷ୍ଟ ଟିକାକରଣ କଭରେଜ ଏବଂ ଟ୍ରାକ ରେକର୍ଡକୁ ବିଚାରକୁ ନେଇ ଜନସାଧାରଣଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।

ପୁଣି ମହାମାରୀର ସଂକ୍ରମଣ ନେଇ ଏଥିସହ ସେ ଭାରତ ସରକାର ଓ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶିତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ମାଇକ୍ରୋ ବ୍ଲଗିଂ ୱେବସାଇଟ ଟୁଇଟରରେ ଏକ ପୋଷ୍ଟରେ ଆଦର ପୁନାୱାଲା ଲେଖିଛନ୍ତି ଯେ କରୋନା ମାମଲାରେ ଚାଇନାର ଖବର ଚିନ୍ତାଜନକ। କିନ୍ତୁ ଆମକୁ ଭୟଭୀତ ହେବା ଉଚିତ ନୁହେଁ। କାରଣ ଆମର ଟିକାକରଣ କଭରେଜ ଏବଂ ଟ୍ରାକ ରେକର୍ଡ ଉତ୍କୃଷ୍ଟ ଧରଣର ରହିଛି।

ହଂକଂ ପୋଷ୍ଟ ଅନୁଯାୟୀ ଚାଇନାର ଲୋକମାନେ ସଂକ୍ରମଣର ଅସଂଖ୍ୟ ମାମଲା ବିଷୟରେ କହୁଛନ୍ତି,କିନ୍ତୁ ସରକାରୀ ଆକଳନକୁ ଦିନକୁ ପ୍ରାୟ ୨,୦୦୦ ମାମଲା କୁହାଯାଉଛି।

 

Share