ଭବାନୀପାଟଣା,୬।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋର୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଶନିବାର ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବୋର୍ଡା ସିଏଚ୍ସିକୁ ମଧ୍ୟ କରୋନା ପଶିଥିବା ଜଣାପଡିଛି। ସିଏଚ୍ସିର ଜଣେ ଫାର୍ମାସିଷ୍ଟ ପଜିଟିଭ୍ ଚିହ୍ନଟ ହେବା ପରେ ରୋଗୀମାନେ ଡାକ୍ତରଖାନା ଯିବାକୁ ଭୟ କରୁଛନ୍ତି। ସେହିଭଳି ବୋର୍ଡା ପଞ୍ଚାୟତ ନୂଆପଡା ଗାଁରୁ ଗୋଟିଏ ପରିବାରର ମା’ ପୁଅ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବୋରଭଟ୍ଟା ଗାଁରୁ ୩ ଜଣ ବ୍ୟକ୍ତି ଆଣ୍ଟିଜେନ ପରୀକ୍ଷାରୁ ପଜିଟିଭ୍ ଚିହ୍ନଟ ହୋଇଥିବା ସିଏଚ୍ସି ପକ୍ଷରୁ କୁହାଯାଇଛି। କିଛି ଭୟ ନ କରି ଘରେ ରହି କୋଭିଡ ନିୟମ ପାଳନ କରିବା ପାଇଁ ବୋର୍ଡା ସରପଞ୍ଚ ରିନାରାଣୀ ଜାଲ ଲୋକଙ୍କୁ ଅନୁରୋଧ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସସିଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ସମସ୍ତଙ୍କ ଆଣ୍ଟିଜେନ ପରୀକ୍ଷା କରାଯିବ ବୋଲି ସିଏଚ୍ସିର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରାଜେନ୍ଦ୍ରନାରାୟଣ ସିଂ ଦଳପତି ପ୍ରକାଶ କହିଛନ୍ତି।