କରୋନା ମାତା ମନ୍ଦିର ହେଲା ନିର୍ମାଣ: ମାସ୍କ୍‌ ପିନ୍ଧି ପୂଜା କରିବାକୁ ନିର୍ଦ୍ଦେଶ…

ପ୍ରତାପଗଡ଼,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା ମାତାଙ୍କ ମନ୍ଦିର ନିର୍ମାଣ କରିଛନ୍ତି। ସାଙ୍ଗିପୁର ଥାନା ଅଞ୍ଚଳର ଶୁକ୍ଳପୁର ଗାଁରେ କରୋନା ମାତାଙ୍କ ମନ୍ଦିରରେ ପୂଜା ଲାଗି ଲୋକଙ୍କ ଭିଡ଼ ହେବାରେ ଲାଗିଛି। ତେବେ ମନ୍ଦିରରେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖି ପୂଜା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏସମ୍ପର୍କରେ ମନ୍ଦିର ନିକଟ କାନ୍ଥରେ ଲିଖିତ ଭାବେ ସୂଚିତ ହୋଇଛି। କରୋନା ମାତାଙ୍କୁ ଲାଲ୍‌ ଶାଢ଼ି ପିନ୍ଧାଯାଇଥିବାବେଳେ ମୁହଁରେ ମାସ୍କ୍‌ ରହିଛି। ମାତାଙ୍କ ପାଖରେ ହଳଦିଆ ଫୁଲ, ଫଳ, ବସ୍ତ୍ର,ମିଠାଇ, ଘଣ୍ଟା ଆଦି ଲାଗି କରିବାକୁ ମଧ୍ୟ ସୂଚନା କାନ୍ଥରେ ଉଲ୍ଲେଖ କରାଯାଇଛି। ଗ୍ରାମବାସୀମାନେ ଚାନ୍ଦା କରି ମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିର ଏବେ ସୋସିଆଲ ଭିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share