ଆସିପାରେ ଡେଲ୍ଟାଠାରୁ ବି ମାରାତ୍ମକ ଭାରିଏଣ୍ଟ

ୱାଶିଂଟନ,୬ ।୮: ଭାରତରେ ପ୍ରଥମ କରି ଦେଖାଯାଇଥିବା କରୋନାର ଡେଲ୍ଟା ଭାରିଏଣ୍ଟ ନୂଆ ରୂପରେ ଆକ୍ରମଣ କରିପାରେ । ଆମେରିକାର ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଆମେରିକା ସରକାରଙ୍କ କୋଭିଡ ପରାମର୍ଶଦାତା ଡା. ଏନ୍ଥନୀ ଫ୍ରାଁସି କ୍ୟାପିଟାଲ ହିଲରେ ସିନେଟରେ ସମିତିକୁ କହିଛନ୍ତି କି ଡେଲ୍ଟା ଭାରିଏଣ୍ଟଠାରୁ ବି ଘାତକ ଭାରିଏଣ୍ଟ ଆସିପାରେ । ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ଆମେରିକାରେ ଯେଉଁଭଳି ଭାବେ ସଂକ୍ରମଣ ଲାଗି ରହିଛି ଏହାଯଦି ଶୀତଦିନ ପର୍ଯ୍ୟନ୍ତ ଲାଗି ରହିଲା ତେବେ ଏହା ଆହୁରି ମାରାତ୍ମକ ହେବ । ସେ ଚେତାବନୀ ଦେଇଛନ୍ତି କି ଆଗକୁ ଯେଉଁ ଭାରିଏଣ୍ଟ ଆସିବ ସେଥିରେ କୌଣସି ଟିକା କାମ ନ କରିପାରେ । ଯଦି ସମୟ ପୂର୍ବରୁ ସମସ୍ତଙ୍କୁ ଟିକା ଦିଆ ନ ଯାଏ ତେବେ ମହାମାରୀର ଆଉ ଏକ ଭୟଙ୍କର ରୂପ ଦେଖିବାକୁ ମିଳିପାରେ । ଏବେ ମହାମାରୀ ବ୍ୟାପିବାର ମୁଖ୍ୟ କାରଣ ହେଉଛି ଟିକା ନ ନେବା କମ୍ ଟିକାକରଣ ଅର୍ଥ ଭାଇରସକୁ ମ୍ୟୁଟେସନ କରିବାକୁ ସୁଯୋଗ ଦେବା ।

Share